ବରପାଲି ନିକଟସ୍ଥ ସିକିରଡି ଛକ୍ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ

ବରପାଲି: ବରପାଲି ଥାନା ଅନ୍ତର୍ଗତ ସିକିରଡି ଛକ ନିକଟରେ ଥିବା ସତସଙ୍ଗ ରୋଡ଼ ନିକଟକୁ ଶୌଚ ଓ ଗାଧୋଇବା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ ଗାଡ଼ି ଧକ୍କାର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ପରେଶ ପାଣିଗ୍ରାହୀ(୪୮) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,  ସିକିରଡି ଗ୍ରାମର ପଣ୍ଡିତ ପରେଶ ପାଣିଗ୍ରାହୀ(୪୮) ଙ୍କୁ ଭୋର ୫ଟା ସମୟରେ ରାମପୁର ପଟରୁ ଆସୁଥିବା ଏକ ଅଜଣା ଗାଡି ଧକ୍କାଦେଇ ଫେରାର ମାରିଥିଲା । ଧକ୍କା ଦେବା ଫଳରେ  ପାଣିଗ୍ରାହୀ ଛିଟିକି ପଡିବାରୁ ଘଟଣା ସ୍ଥଳରେ ପ୍ରାଣ ଚାଲିଯାଇଥିଲା । ଦୁର୍ଘଟଣାର ଖଵର ପାଇ ତାଙ୍କ ପରିବାର ଓ ଗ୍ରାମବାସୀ ଆସି ଦେଖିଲା ବେଳେ ପାଣିଗ୍ରାହୀ ଜମି ଭିତରେ ମୃତ ଅବସ୍ଥାରେ ପଡ଼ିଥିଲେ ।

ଏନେଇ ବରପାଲି ପୁଲିସକୁ ଖବର ଜଣାଇଥିଲେ । ଖବରପାଇ ବରପାଲି ଓ ବିଜୟପଲ୍ଲୀ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହିତ ଶବକୁ ଜବତ କରି ଏକ ମାମଲା ରୁଜୁକରି ବ୍ୟବଛେଦପାଇଁ ବରଗଡ଼ ମୁଖ୍ୟଡ଼ାକ୍ତର ଖାନାକୁ ପଠାଇଥିଲେ ।

ସମ୍ବନ୍ଧିତ ଖବର