ଟ୍ରକ୍‌କୁ ଧକ୍କା ଦେଲା କାର୍‌: ଜଣେ ମୃତ

ସୁନ୍ଦରଗଡ଼: ଆଜି ସକାଳୁ ବିଜୁ ଏକ୍ସପ୍ରେସ ୱେ କରମଡିହି ନିକଟରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ଦ୍ରୁତଗତିରେ ଯାଉଥିବା ଏକ କାର (ସିଜି ୦୪ ଏଜେଡ୍‌ ୯୪୦୧) ପଛପଟୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ରାୟପୁରର ଅରୁଣ ସାହା (୫୧)। ସେ କାର୍‌ରେ ଅନ୍ୟ ଜଣେ ସାଥୀ ସହ ରାୟପୁରରୁ ରାଉରକେଲା ଯାଉଥିଲେ। ଦୁର୍ଘଟଣାରେ କାର୍ଟି ସମ୍ମୁଖ ଭାଗ ଭାଙ୍ଗି ଚୂରମାର୍ ହୋଇଯାଇଛି। ଟ୍ରକ୍‌ଟି ଚମ୍ପଟ ମାରିଛି। ସଦରଥାନା ଅଧିକାରୀ ରମେଶ ମାହାନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ ଚଲାଇଛନ୍ତି।

ସମ୍ବନ୍ଧିତ ଖବର