ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କଣ୍ଟିଗଡ଼ିଆ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତବ୍ୟକ୍ତିଙ୍କ ନାମ ବଡ଼ନଚ୍ଛିପୁର ଗ୍ରାମର ସନ୍ତୋଷ ନାୟକ(୫୦) ବୋଲି ଜଣାପଡ଼ିଥିବା‌ ବେଳେ ଅରକ୍ଷିତ ଦଳାଇ(୫୫) ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ,  ଉଭୟ ସ୍କୁଟର ଯୋଗେ ଧାନମଣ୍ତଳ ଓସୱାଲ କମ୍ପାନିକୁ କାମ କରିବାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ଅରକ୍ଷିତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର ହୋଇଯାଇଛି। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର