ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲାର ବିଶୋଇ- ଯଶିପୁର ୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତି ସପ୍ତାହରେ ମୁଣ୍ଡ ଗଡୁଛି। ସଡକ ସୁରକ୍ଷା,  ନିଜକୁ ରକ୍ଷା ସଚେତନତା ବାର୍ତ୍ତାକୁ ଲୋକେ ଫୁ କରିଦେବା ଏହାର କାରଣ ହୋଇଛି। ଶନିବାର ରାତି ପାଖାପାଖି ୯ଟା ହେବ। ଜାମିରଡିହା ଅରବିନ୍ଦ ସ୍କୁଲ ସମ୍ମୁରେ କୌଣସି କାରଣରୁ ଓଡି୧୧ଏ ୬୭୦୩ ନମ୍ବର ବିଶିଷ୍ଟ ଏକ ମାଲବାହୀ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ପଛରୁ ଆସୁଥିବା ଓଆର ୦୧ ଏସ – ୪୮୨୪ ନମ୍ବର ବିଶିଷ୍ଟ ବାଇକ ପିଟି ହୋଇଯାଇଥିଲା।

Advertisment

ଘଟଣାସ୍ଥଳରେ  ସୁନା ଯୋଡିଆ ଗ୍ରାମର ମନୋଜ ମୁର୍ମୁ(୪୨)ଙ୍କ ମୃତ୍ୟୁ ହୋଇଥିଲା। ସେହି ଗ୍ରାମର ଗୁରୁତର ଚରଣ ମୁର୍ମୁଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବିଶୋଇ ପୁଲିସ ପହଞ୍ଚି ଟ୍ରକ ଓ ବାଇକକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।