ଆନନ୍ଦପୁର: ଆନନ୍ଦପୁର ଥାନା କୋଡ଼ପଡା ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ୭.୧୫ ସମୟରେ ଆନନ୍ଦପୁରରୁ ଠାକୁରମୁଣ୍ଡା ଅଭିମୁଖେ ଯାଉଥିବା ମଲ୍ଲିକ ନାମକ ଏକ ବସ୍‌ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା।

Advertisment

ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଲିଚାଲି ଯାଉଥିବା କୋଡ଼ପଡ଼ା ଗ୍ରାମର ଚୈତନ୍ୟ ସେଠୀ (୭୦) ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ ଆରୋହୀଙ୍କ ପରିଚୟ ମିଳିନାହିଁ। ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।