ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା କଲମପୁର-କୋଟାଗାଁ ମୁଖ୍ୟ ରାସ୍ତାର ବେହେରା ନାଳା ନିକଟରେ ବୁଧବାର ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ କଲମପୁର ବ୍ଲକ ପାଯେନ ବାଗପଡ଼ା ଗ୍ରାମର ଭରତ ଶବରଙ୍କ ମୃତ୍ୟୁ ଘଟିଛି। ଭରତ କଲମପୁରରେ ରଥଯାତ୍ରା ଦେଖି ସାଙ୍ଗମାନଙ୍କ ସହ ରଣମାଲ ଖଳିଆଭଟା ଗ୍ରାମରେ ଥିବା ତାଙ୍କ ମାମୁ ଘରକୁ ବାଇକ୍ ଯୋଗେ ଯାଉଥିଲେ।
ତେବେ ଭାରସାମ୍ୟ ହରାଇ ବେହେରା ନାଳା ନିକଟରେ ସେ ପଡ଼ି ଯାଇଥିଲେ। ଏଥିରେ ସେ ଗୁରୁତର ହୋଇଥିବା ବେଳେ ସାଙ୍ଗମାନେ ଉଦ୍ଧାର କରି କଲମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)