ଚମ୍ପୁଆ: ୨୧୫ ନମ୍ବର ଜାତୀୟ ରାଜପଥର ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଓଭରବ୍ରିଜ୍ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନନ୍ଦପୁରର ଅଶୋକ ମିଶ୍ର। ଅଶୋକ ଏକ ବାଇକ୍‌ରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଯାଉଥିବା ବେଳେ ନାରଦପୁର ଓଭରବ୍ରିଜ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

Advertisment

ତାଙ୍କୁ ଗୁରୁତର ଅବସ୍ଥାରେ ଏନ୍‌ଏଚ୍‌ଏଆଇ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।