ବାଇକ୍ ଓ ୪୦୭ ମୁହଁ।ମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଭୂତିଆପାଲି ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମଦନ ମହାନନ୍ଦ ( ୪୫) ବୋଲି ଜଣାପଡ଼ିଥିବା ବେ‌ଳେ ଉମେଶ ଭୋଇ( ୪୦)ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବାଇଚାଳ ମଦନ ଓ ତାଙ୍କ ଭିଣୋଇ ଉମେଶ ମୁର୍ଷୁଣ୍ଢୀରୁ ତାଙ୍କ ଗାଁ ଭୁତିଆ ପାଣିକୁ ଫେରୁଥିଲେ । ବିପରୀତ ଦିଗରୁ ଏକ ୪୦୭ ସାତ ଆସୁଥିଲା ଭୁତିଆପାଲି ଛକଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ସବ ଇନ୍ସପେକ୍ଟର ବିଜୟ କୁମାର ବାରିକ ଓ ଏଏସ୍ଆଇ ସନ୍ତୋଷ କୁମାର ଗୈ।ଡ଼ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ପୁଲିସ ଗାଡିରେ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଥିଲେ । କିନ୍ତୁ ମଦନ ମହାନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଉମେଶ କୁମାରଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ମୃତ ମଦନ ବିବାହିତ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି । ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି । ଆଜି ରାତି ହୋଇଜିବାରୁ ଆସନ୍ତା କାଲି ସବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର