ସଡ଼କ ଦୁର୍ଘଟଣାରେ ମୋଟଙ୍ଗା ରାଜସ୍ବ ନିରୀକ୍ଷକଙ୍କ ମୃତ୍ୟୁ

ଭୁବନ : ଓଡ଼ପଡା ତହସିଲ ମୋଟଙ୍ଗା ସର୍କଲର ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ କୁମାର ପରିଡାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଢେଙ୍କାନାଳ- ଷଡ଼ଙ୍ଗୀ ରାସ୍ତାରେ ନିଜ ଘର ଗଁଦିଆ ବ୍ଲକ କାଶୀପୁର ଗ୍ରାମ ପଞ୍ଚାୟତ ଭାଲିଆପାଟକୁ ମୋଟର ସାଇକେଲ ଯୋଗେ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ କପିଳାସ ନିକଟରେ ଦୁର୍ଘଟଣା ହୋଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ପୂର୍ବରୁ ସେ ଭୁବନ ତହସିଲରୁ ଓଡାପଡା ତହସିଲକୁ ବଦଳି ହୋଇ ଆସିଥିଲେ। ସେ ମୋଟଙ୍ଗା ରାଜସ୍ବ ଅଧିକାରୀ ଭାବେ ଯୋଗ ଦେଇଥିଲେ। ସ୍ବର୍ଗତ ପରିଡା ଭାଲିଆପାଟ ନିବାସୀ ସ୍ବର୍ଗତ କାଳନ୍ଦୀ ପରିଡାଙ୍କର ଏକମାତ୍ର ପୁଅ। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର