ସୁନ୍ଦରଗଡ଼: ହେମଗିର ଥାନା ଵାଙ୍କିଵାହାଲ- ଟପରିଆ ରାସ୍ତାରେ ପୁଣି ଏକ ଦୁର୍ଘଟଣା ଘଟି ଜଣକଙ୍କ ମୃତ୍ୟୁ ହୋଇଛି। ଗୋପାଳପୁର ଠାରେ କୋଇଲା ଵୋଝେଇ ଟ୍ରେଲର୍ ଧକ୍କାରେ ହଲଦିବାହାଲର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ସୁରେଶ ଵେହେରା (୪୫)ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ,ଗତ ସୋମବାର ରାତିରେ ସୁରେଶ ନିଜ ଘରକୁ ଚାଲିଚାଲି ଯାଉଥିବାବେଳେ ଟ୍ରେଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାକୁ ଛିଟିକି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଟ୍ରେଲର ଚାଳକ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରାସ୍ତାରେ ରକ୍ତାକ୍ତ ମୃତଦେହ ପଡିଥିବା ଦେଖି ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଆଜି ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଲାଇଛି।
ରାସ୍ତାରେ ଗାଡି ଚଳାଚଳ ପାଇଁ ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଥିଲେ ହେଁ ଗାଡିଚାଳକଙ୍କ ବେପରୱା ଚାଳନା ଦୁର୍ଘଟଣାର କାରଣ ହୋଇଛି। ଅନୁମତି ପରଠାରୁ କୋଇଲା ଟ୍ରକ ୩ଟି ଦୁର୍ଘଟଣା ଘଟାଇ କ୍ଷୟକ୍ଷତି କରିସାରିଛି। ପୁଲିସ, ପ୍ରଶାସନ ସର୍ତ୍ତଗୁଡିକୁ କଡାକଡି କରି ଅବମାନନା କରୁଥିବା ଚାଳକ ଓ ଗାଡିମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/dead-body-750x369-1.jpg)