ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଳକ ମୃତ ଓ ଖଲାସୀ ଗୁରୁତର

ରାଜଗାଙ୍ଗପୁର: ମଙ୍ଗଳବାର ଅପରାହ୍ନ ସମୟରେ ଜାମପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଖଳାସୀ ଗୁରୁତର ହୋଇଛି।

ସୂଚନାଯୋଗ୍ୟ, ଜାମପାଲିରୁ ରାଉରକେଲା ଯିବା ରାସ୍ତାରେ ଏକ ଡ଼ମ୍ଫର ଗାଡି (ଓ ଡି ୨୩ ବି ୯୮୮୮ ) ଖରାପ ହୋଇ ଯାଇଥିବାରୁ ରାସ୍ତା ଉପରେ ରଖାଯାଇଥିଲା। ଛତିଶଗଡ଼ରୁ  ରାଉରକେଲା ଯାଇଥିବା ଏକ କୋଇଲା ବୋଝେଇ ଟ୍ରକ (ସି ଜି ୧୨ ଏୟୁ ୯୪୮୫) ଅସାବଧାନତା କାରଣରୁ ଠିଆ ହୋଇଥିବା ଉକ୍ତ ଡମ୍ଫର ଗାଡିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଟ୍ରକ ଚାଳକ ଆଫରୋଜ ଖାନ(୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଜିତେନ୍ଦ୍ର ଯାଦବ (୩୩) ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନରେ ପୁଲିସ ପହଁଞ୍ଚି ଉଭୟଙ୍କୁ ଉଦ୍ଧାର କରି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେଠାରେ ଆଫରୋଜ ଖାନଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିବା ବେଳେ  ଜିତେନ୍ଦ୍ର ଯାଦବଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର