ମିନିଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଆହତ

 

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଉପକଣ୍ଠ ପଲ୍ଲା-ତୋଟାପଡ଼ା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ମିନିଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବେଗୁନିଆ କାଚେରା ଗାଁର ପ୍ରଦୀପ କୁମାର ସାହୁ (୨୭) ଓ ତାଙ୍କ ବନ୍ଧୁ ବାଘମାରୀ ଅଂଚଳର ବିଭୁଦତ୍ତ ଦାଶ ଏକ ମୋଟରସାଇକଲ (ଓଡି ୧୨ ଡବ୍ଲୁ ୬୧୩୧) କୁରାଢ଼ମଲ୍ଲରୁ ଖୋର୍ଦ୍ଧା ଆସୁଥିଲେ । ଏହି ସମୟରେ ଏକ ମିନିଟ୍ରକ୍ (ଓଡି ୧୩ଜି ୯୨୦୭) ତାଙ୍କୁ ପଛପଟରୁ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ମିନିଟ୍ରକ୍ ଟି ମଧ୍ୟ ରାସ୍ତାକଡ଼କୁ ଲେଉଟି ପଡ଼ିଥିଲା । ଏଥିରେ ପ୍ରଦୀପଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ବିଭୁଦତ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା ।
ଏନେଇ ସୂଚନା ପାଇଁ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଏହାର ଟ୍ରକ ଚାଳକକୁ ଗିରଫ କରିଛି । ଏନେଇ ୪୦୮/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧିତ ଖବର