କଣ୍ଟେନର ଓ ବାଇକ୍ ମୁହାଁମୁହିଁ ଧକ୍କା,୨ମୃତ ଜଣେ ଗୁରୁତ଼ର

କ୍ଷତ଼ିପୂରଣ ଦାବିରେ ରାସ୍ତା ରୋକ

କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ୪୯ନମ୍ଵର ଜାତ଼ୀୟ ରାଜପଥ ଖିରେଇ ଟାଙ୍ଗିରି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ ସହ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ସମେତ଼ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତ଼ର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ମାନେ ହେଲେ ଝୁମ୍ପୁରା ବ୍ଲକ ବାରିଆ ଥାନା ବଡ଼ନେଉଳି ପଞ୍ଚାୟତ଼ ପାଣପଶି ଗ୍ରାମର ଭରତ଼ ମହାନ୍ତ(୪୮) ଓ ପ୍ରଫୁଲ୍ଲ ଚ଼ନ୍ଦ୍ର ଲୋହାର(୪୯)। ଗୁରୁତ଼ର ଜଣଙ୍କ ହେଲେ ସେହି ଗ୍ରାମର ଜୟକୃଷ୍ଣ ମହାନ୍ତ(୨୨)।

ପ୍ରାପ୍ତ ସୂଚ଼ନାଅନୁସାରେ,ତ଼ିନିଜଣ ବ୍ୟକ୍ତି ଆଜି କୌଣସି ସ୍ଥାନକୁ(ଓଡ଼ି-୧୧-ଏଚ଼୍-୫୨୧୫)ବାଇକ୍ ଯୋଗେ ଯାଇଥିଲେ। ସେମାନେ ସନ୍ଧ୍ୟା ପ୍ରାୟ ୬ଟାବେଳେ ଘରକୁ ଫେରୁଥିବା ସମୟରେ ଖିରେଇ ଟାଙ୍ଗିରୀ ନିକଟରେ ଏକ(ଡ଼ବ୍ଲୁବି-୨୩-ଡ଼ି-୦୫୪୬)କଣ୍ଟେନର ଟ୍ରକ୍ ସହିତ଼ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ସହ ଭରତ଼ ମହାନ୍ତ ଏବଂ ପ୍ରଫୁଲ୍ଲ ଚ଼ନ୍ଦ୍ର ଲୋହାରଙ୍କ ଉପରେ ଗାଡ଼ି ଚ଼ଢିଯିବାରୁ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। କୃଷ୍ଣଚ଼ନ୍ଦ୍ର ଛିଟିକି ପଡ଼ିବାରୁ ବର୍ତ୍ତିଯାଇଥିବାବେଳେ ଗୁରୁତ଼ର ହୋଇଥିଲେ। ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟକୁ ପଠାଯାଇଥିଲା।

ତ଼େବେ ୨ଜଣଙ୍କର ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତ଼େଣୁ କ୍ଷତ଼ିପୂରଣ ଦାବିରେ ଲୋକମାନେ ରାସ୍ତାରୋକ କରିଥିଲେ। ଏଣୁ ଯାତ଼ାୟତ଼ରେ ବାଧାସୃଷ୍ଟି ହୋଇଥିଲା। ଖବର ପାଇ ତ଼ୁରୁମୁଙ୍ଗା ପୁଲିସ ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ସଦଳ ବଳ ଧରି ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କଣ୍ଟେନର ଟ୍ରକ୍ ଡ୍ରାଇଭର ଭଭୟଙ୍କୁ ଅଟକ ରଖି ପ୍ରାଥମିକ ତ଼ଦନ୍ତ ଆରମ୍ଭ କରିଥିଲେ। ଲୋକମାନଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା। ଏନେଇ କେସନଂ ୯୮/୨୦ ଏକ ଅପମୃତ ମାମଲା ରୁଜୁ କରିବା ପରେ ମୃତ ଶବକୁ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟଚ଼ିକିତ୍ସାଳୟକୁ ପଠା ଯାଇଥିଲା।

ସମ୍ବନ୍ଧିତ ଖବର