ଯାଜପୁରଟାଉନ/ସଦର/ପାଣିକୋଇଲି: ପାଣିକୋଇଲି ଥାନା ଷଠିପୁର-ଯାଜପୁର ରାସ୍ତାର ମୂଳାପାଳ ଛକ ନିକଟରେ ଆଜି ଏକ ଅଟୋକୁ ସ୍କର୍ପିଓ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ମୃତ ମହିଳା ସ୍ବପ୍ନାରାଣୀ ରାୟ (୪୯)। ଆହତ ରାଜେନ୍ଦ୍ର ପ୍ରସାଦ ରାୟ (୫୨) ଓ ସିମ୍ରନ ରାୟ (୨୨) କଟକର ଏକ ଘରୋଇ ହସ୍ପିଟାଲରେ ଏବଂ ଜ୍ଞାନରଂଜନ ରାୟ (୨୦) ଯାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟାହ୍ନରେ ଯାଜପୁର ସହରର ଏହି ପରିବାର ଏକ ଅଟୋ (ଓଡି ୩୪ କେ ୨୬୩୯)ରେ ଯାଜପୁରରୋଡ ରେଳଷ୍ଟେସନକୁ ବାହାରିଥିଲେ।
ମୂଳାପାଳ ନିକଟରେ ପଛରୁ ଏକ ଦ୍ରୁତଗାମୀ ସ୍କର୍ପିଓ (ଓଡି ୩୪ କେ ୧୫୧୫) ପିଟିବା ଦ୍ବାରା ଅଟୋଟି ଓଲଟି ପଡ଼ିବା ସହ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଅଟୋରେ ଥିବା ସମସ୍ତେ ଗୁରୁତର ହୋଇଥିଲେ। ଯାଜପୁର ପରିବହନ କାର୍ଯ୍ୟାଳୟର ଇଣ୍ଟରସେପ୍ଟର ଡ୍ରାଇଭର ଦିବାକର ସାହୁ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇଥିଲେ। ପାଣିକୋଇଲି ପୁଲିସ ଗାଡ଼ି ଦୁଇଟିକୁ ଜବତ କରିଛି। ନଦୀବନ୍ଧରୁ ହଠାତ୍ ଗୋରୁପଲ ଚାଲିଆସିବାରୁ ସ୍କର୍ପିଓଟି ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଇଥିଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/21-6.jpg)