ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିବା ବିଚାରଧୀନ କଏଦୀ ମାରିଲା ଚମ୍ପଟ, କାବୁ କଲେ କର୍ମଚାରୀ

ଯାଜପୁର : ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସି ଫେରାର ହୋଇ ଯାଉଥିବା ବିଚାରାଧିନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ । ଯାଜପୁର ମୁଖ୍ୟ ଡାକ୍ତରଖାନାର ମେଡିସିନ ୱାର୍ଡକୁ ଚିକିତ୍ସିତ ହେବାକୁ ଆସି ଫେରାର ହେବାକୁ ବିଚାରଧୀନ କଏଦୀ ଉଦ୍ୟମ କରିଥିଲେ। ଯାଜପୁର ରୋଡ ସବଜେଲର ବିଚାରାଧିନ କଏଦୀ ଶେଖ୍ ହାରପିଂ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲୁଥିବା ସମୟରେ ହଠାତ୍ ପାଇଖାନା ଯିବାକୁ କହିଥିଲେ । ପାଇଖାନାକୁ ଯାଇ ଭିତରପଟୁ କବାଟ ବନ୍ଦ କରିଦେଇ ଥିଲେ। ପରେ ସେଠାରୁ କୌଶଳ କ୍ରମେ ବାହାରି ଜେଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏବେ ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଚିକିତ୍ସା ଚାଲୁଥିବା ଜଣାଯାଉଛି।

ସମ୍ବନ୍ଧିତ ଖବର