ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମାଠାରେ ଥିବା ସାହିଲ ମୋବାଇଲ ଦୋକାନରୁ ସଟର ଭାଙ୍ଗି ମୋବାଇଲ ଚୋରି ହୋଇଥିବା ମାମଲାରେ ଆଜି ଚନ୍ଦାହାଣ୍ଡି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ଅଭିମନ୍ୟୁ ମାଝି।
ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ସମ୍ମୁଖରେ ଥିବା ସାହିଲ ମୋବାଇଲ ଦୋକାନରୁ ଗତକାଲି (୨୬/୧୨/୨୦) ରାତି ପ୍ରାୟ ୧.୩୦ ସମୟରେ କେହି ଦୁର୍ବୃତ୍ତ ସଟର ଭାଙ୍ଗି ଦୋକାନ ରେ ଥିବା ପ୍ରାୟ ୩୦ ଗୋଟି ମୋବାଇଲ ଫୋନ ଓ କିଛି ସ୍ପିକର ନେଇଯାଇଥିଲେ। ଏନେଇ ମହମ୍ମଦ ସାହିଲ ଚନ୍ଦାହାଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପରମାନନ୍ଦ ସୁନାନୀ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୧୬୬/୨୦ ପ୍ରକାରେ ଆଇପିସି ର ଧାରା ୪୫୭/୩୮୦ ପ୍ରକାରେ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ଆଇଆଇସି ପରମାନନ୍ଦ ସୁନାନୀ, ଏଏସଆଇ ଲଳିତ ମୋହନ ପଣ୍ଡା, ରମେଶ ପାତ୍ର କୌଣସି ସୂତ୍ରରୁ ଖବର ପାଇ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ପୁଜାରୀଗୁଡା ଗ୍ରାମର ଅଭିମନ୍ୟୁ ମାଝିଙ୍କ ଘରେ ଚଢ଼ାଉ କରିବା ସହ ତାକୁ ଗିରଫ କରି ଅଭିଯୁକ୍ତର ଘରୁ ଚୋରି ସାମଗ୍ରୀ (୧୪ଟି ମୋବାଇଲ ଫୋନ ଓ ଗୋଟିଏ ସ୍ପିକର) ଜବତ କରି ଥାନାକୁ ଆଣି ଦିନ ତମାମ ପଚରାଉଚାର କରିବା ପରେ ଦୋଷ ସ୍ୱୀକାର କରିବା ସହ ତାର ସହଯୋଗୀର ନାମ ପ୍ରକାଶ କରିଥିବା ଜଣାପଡିଛି।
ଏନେଇ ଥାନା ଅଧିକାରୀ ଶ୍ରୀ ସୁନାନୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ଠାରୁ ସମସ୍ତ ଜବତ ସାମଗ୍ରୀ ଦେଖେଇବା ସହ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଥିଲେ। ଅଭିଯୁକ୍ତ ଅଭିମନ୍ୟୁକୁ ଉମରକୋଟ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦଲତକୁ ପ୍ରେରଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ଜେଲ ହାଜତକୁ ପଠେଇ ଦିଆ ଯାଇଥିବା ତଦନ୍ତ ଅଧିକାରୀ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ଅଭିଯୁକ୍ତ ଅଭିମନ୍ୟୁ ମାଝି ସୀମାନ୍ତ ଛତିଶଗଡ଼ ଦେଓଭୋଗ ଥାନାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ଜାମିନରେ ମୁକୁଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/2ce6077b-6725-425d-989d-a03cc33ce85a.jpg)