ଘର ଭିତରକୁ ପଶି ବୋମାମାଡ଼ କଲା ଯୁବକ, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ସଦରଥାନା ଅଧୀନ ଦଳେଇପୁଟ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ସଂଧ୍ୟାରେ ବୋମା ମାଡ଼ ହୋଇଥିଲା। ଘଟଣା ମଦ୍ୟପାନ ଓ ଦାଦାବଟି ବୋଲି ପୁଲିସ କହିୁଥିବା ବେଳେ ଘଟଣା ପଛରେ ନିର୍ବାଚନ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସଦର ଥାନା ପୁଲିସର ସୂଚନାନୁସାରେ, ଗୁରୁବାର ସଂଧ୍ୟାରେ ସୁଧାଂଶୁ ସାମନ୍ତରାୟ (୨୫) ଓ ତା’ର ଅନ୍ୟ କିଛି ସହଯୋଗୀ ଦଳେଇପୁଟ ଗାଁର ଢାବା ମାଲିକ ରଂଜଦ ଦାସଙ୍କ ଘରେ ପହଂଚିଥିଲେ । ପ୍ରଥମେ ଗାଳିଗୁଲଜ କରିବା ପରେ ରଂଜନଙ୍କ ପରିବାର ସେମାନଙ୍କୁ ଘଉଡ଼ିବାକୁ ଚେଷ୍ଟା କରିବାରୁ ରଂଜନଙ୍କୁ ଲକ୍ଷ୍ୟ କରି ବୋମା ମାଡ଼ କରିଥିଲେ । ବୋମା ଦୈବାତ୍ ରଂଜନଙ୍କ ଦେହରେ ନବାଜି ଘରର କାନ୍ଥରେ ବାଜିଥିଲା । ଏନେଇ ରଂଜନ ସଦର ଥାନାରେ ଅଭିଯୋଗ ଅନୁସାରେ ପୁଲିସ ପିଙ୍କୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ଏଥିରେ କେହି ଆହତ ହୋଇନଥିଲେ ମଧ୍ୟ ଘଟଣାକୁ ନେଇ ଅଂଚଳରେ ଭିନ୍ନ ମତ ପ୍ରକାଶ ପାଇଛି । ପୁଲିସ ଜାଣିଶୁଣି ଖୋର୍ଦ୍ଧା ବ୍ଲକରେ ଘଟିଥିବା ନିର୍ବାଚନୀ ହିଂସାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଆଲୋଚନା ହେଉଛି ।

ଯଦି ମଦ ପାଇଁ ପିଙ୍କୁ ଓ ତା’ର ସହଯୋଗୀ ଢାବାରେ ରଂଜନଙ୍କୁ ଟଙ୍କା ମାଗି ଗଣ୍ଡଗୋଳ କରିଥିଲେ, ଘରକୁ ଆସି ବୋମା ମାଡ଼ କରିବା ପଛରେ କାରଣ କ’ଣ ଥାଇପାରେ । ଅଂଚଳରେ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ରଂଜନଙ୍କୁ ପିଙ୍କୁ ଆକ୍ରମଣ କରୁଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର