ମୁକା ମାଡକାମୀ ହତ୍ୟା ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

କାଲିମେଳା: ଗତ ରବିବାର ରାତିରେ ମୁକା ମାଡକାମୀ ନାମକ ଜଣେ ଆଦିବାସୀ ବ୍ୟକ୍ତିକୁ ଗଳା କାଟି ଅତି ବୀଭତ୍ସ ଭାବରେ ହତ୍ୟା ଘଟଣାର ପର୍ଦାଫାଶ କରିଛି ଏମ୍‌ଭି-୭୯ ପୁଲିସ। ଆଜି ଅଭିଯୁକ୍ତ ଦେବା ବେଟିକୁ ମାଲକାନଗିରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିବାର ଜଣାପଡିଛି। ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ ମଧ୍ୟ ଜବତ କରିଛି। ଅଭିଯୁକ୍ତ ଦେବା ବେଟିର ଘର ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତ୍ରଗତ ଚିଡ଼ିପାଲି ଗ୍ରାମରେ ହୋଇଥିବା ବେଳେ ଗତ କିଛି ଦିନ ତଳେ ତାର ଶଶୁର ଜାଗା ମାଡକାମୀର  ମୃତ୍ୟୁ ହୋଇଯାଇଥିଲା। ତେଣୁ ଜଗାକୁ ମୁକା ମାଡକାମୀ ଗୁଣି କରି ହତ୍ୟା କରିଥିବାର ସନ୍ଦେହ କରି ଦେବା ବେଟି ରବିବାର ରାତିରେ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର