ଘର ଭିତରେ ପଶି ନାବାଳିକାଙ୍କୁ ଅସଦାଚରଣ!, ଅଭିଯୁକ୍ତ ଯୁବକ ଗିରଫ 

ବାରିପଦା: ବାରିପଦା ଟାଉନ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଘର ଭିତରେ ପଶି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସମଧୁବନ ଅଂଚଳର  ରାହୁଲ ଦଣ୍ଡସେନା (୨୨)କୁ ଗିରଫ କରି କୋର୍ଟ ଚାଲଣ କରିଛି । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣଙ୍କ ପିଡୀତାଙ୍କ  ହାତକୁ ଧରି ଅଶାଳୀନ ବ୍ୟବହାର କରିବାବେଳେ ଧରା ପଡ଼ିଥିଲେ । ମାତ୍ର ଅଭିଯୁକ୍ତ ଯୁବକ ଜଣଙ୍କ ବହି ଏବଂ ଟଙ୍କା ମାଗିବାକୁ ଆସିଥିବା ବାହାନା କରିଥିଲେ ମାତ୍ର ନାବାଳିକା ଜଣଙ୍କ ଏହାକୁ ଖଣ୍ଡନ କରିବା ସହିତ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ପୋକସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସମ୍ବନ୍ଧିତ ଖବର