ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ, ଅଭିଯୁକ୍ତ ପ୍ରେମିକ ଗିରଫ

ପୂର୍ବତନ ସାଂସଦଙ୍କ ସରକାରୀ ବାସଭବନରେ ୧୦ ଦିନ ଧରି ଶାରୀରିକ ସଂପର୍କ ସ୍ଥାପନ

ଲକ୍ଷ୍ମୀପୁର: ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ କହିଛି। ନାବାଳିକାକୁ ଜଣେ ପୂର୍ବତନ ସାଂସଦଙ୍କ ସରକାରୀ ବାସଭବନରେ ୧୦ ଦିନ ଧରି ଶାରୀରିକ ସଂପର୍କ ହୋଇଥିବା ଅଭିଯୋଗ ହୋଇଛି।

ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ୨୦୧୮-୧୯ ମସିହାରେ ଅଧୟନ କରୁଥିବା ଜଣେ ଆଦିବାସୀ ନାବାଳିକା ସ୍ଥାନୀୟ ଅଞ୍ଚଳରେ ଏକ ଭଡା ଘର ନେଇ ରହୁଥିଲେ। ସେଠାରେ ରହିବାର କେତେଦିନ ପରେ ସ୍ଥାନୀୟ ବ୍ଲକ ଚମ୍ପି ଗ୍ରାମର ଜଣେ ଆଦିବାସୀ ଯୁବକ ଜୋହନ କଲେକା ତାଙ୍କୁ ପ୍ରେମ ଜାଲରେ ପକାଇଥିଲା। ପରେ ଲକ୍ଷ୍ମୀପୁର ନିକଟ କୁଟିଙ୍ଗା ଗାଁରେ ନିଜ ସମ୍ପର୍କିୟ ଘରକୁ ନେଇ ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମ କରି ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା।

କିଛିଦିନ ପରେ କଲେଜ୍‌ ଛୁଟି ହେବାରୁ ନାବାଳିକା ଜଣକ ଗାଁକୁ ଚାଲିଯାଇଥିଲା। ଗାଁରେ କିଛିଦିନ ରହିବା ପରେ ପାଲାପୁଟ ଗାଁର ଉପାସନା ଟେଲରିଂ ଟ୍ରେନିଂ ସେଣ୍ଟରରେ ସିଲେଇ ଟ୍ରେନିଂ ନେଉଥିଲା କିନ୍ତୁ ପ୍ରେମିକ ଜଣକ ପୁଣିତାଙ୍କ ପାଲାପୁଟ ଗାଁରେ ପହଚିଂ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାକ କୋରାପୁଟ ଡାକି ଆଣିବାରେ ସକ୍ଷମ ହୋଇଥିଲା। ପୂର୍ବତନ ସାଂସଦଙ୍କ ସରକାରୀ ବାସଭବନରେ ଦୀର୍ଘ ୧୦ଦିନ ଧରି ଶାରୀରିକ ସମ୍ପର୍କ ରଖି ପରବର୍ତ୍ତୀ ମୂହୁର୍ତରେ କେଉଁ ଆଡେ ଯୁବକ ଉଭାନ ହୋଇଯାଇଥିଲା।

ନାବାଳିକା କିଛି ଉପାୟ ନପାଇ ସେଠାରେ ଖୋଜାଖୋଜି କରି ନପାଇ ଶେଷରେ ଯୁବକକୁ ବାରମ୍ବାର ଫୋନ୍‌ କରିଥିଲା। ଫୋନ କଲ୍‌ ନ ଉଠାଇବାରୁ ବାଧ୍ୟ ହୋଇ ନାରାୟଣପାଟଣା ବ୍ଲକ ସ୍ଥିତ ନିଜ ଗ୍ରାମ ବାଲାଗାଁକୁ ନାବାଳିକା ଜଣକ ଚାଲି ଆସିଥିଲା। କିଛିଦିନ ନିଜ ଗାଁରେ ରହିବାପରେ ସେ ଗର୍ଭବତୀ ହେବା ଜାଣିପାରି ନିଜ ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇବା ପରେ ପରିବାର ଲୋକେ ଲକ୍ଷ୍ମୀପୁର ଥାନା ଯୁବକଙ୍କ ଗାଁ ଚମ୍ପି ଗ୍ରାମକୁ ଜାଇ ସରପଂଚ ରୁପାଧର ଜାନିଙ୍କ ସହ ମିଶି ଉକ୍ତ ପ୍ରେମିକର ପରିବାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଓ ଦୁହିଁଙ୍କୁ ବିବାହ କରିବାକୁ କହିଥିଲେ। ହେଲେ ପ୍ରେମିକର ପରିବାରର ମା’-ବାପା ଗାଁ ବୈଠକରେ ବାହା କରିବାକୁ ରାଜି ହୋଇ ଘରେ ରଖିଥିଲେ ମଧ୍ୟ ପ୍ରେମିକ ଜଣକ ଅନ୍ୟ ଦୁଇଜଣ ସାଥିଙ୍କ ସହ ଆସି ଘରୁ ତଡି ଦେଇଥିବା ନାବାଳିକା ଅଭିଯୋଗ କରିଛନ୍ତି।

ଏପରିକି ପ୍ରେମିକ ଜଣକ ତମ ହାତରେ ଯାହା ଅଛି ସେଇୟା କର ବୋଲି କହି ଘରୁ ତଡି ଦେଇଥିଲା। ପ୍ରେମିକଙ୍କ ଏଭଳି ଆଚରଣ ଦେଖି ନାବାଳିକା ପରିବାର ସଂଗେସଂଗେ ଲକ୍ଷ୍ମୀପୁର ପୁଲିସର ସହାୟତା ଲୋଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ଧୋକାବାଜ୍‌ ପ୍ରେମିକକୁ ପୋକ୍ସୋ ଆକ୍ଟରେ ଲକ୍ଷ୍ମୀପୁର ପୁଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର