ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା ! ମୃତ୍ୟୁ ସନ୍ଦେହ ଘେରରେ

ସୁବର୍ଣ୍ଣପୁର: ଜିଲ୍ଲା ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକ ହେଉଛନ୍ତି ଟିକୁ ଅଜଗର।

ମିଳିଥିବା ସୂଚନା ମୁତାବକ ଏପ୍ରିଲ ୨୪ ତାରିଖରେ ବିନିକାର ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ଟିକୁ ଅଜଗର ହତ୍ୟା କରିଥିଲେ । ଏହି ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ତାଙ୍କୁ ସୁବର୍ଣ୍ଣପୁର ଉପକାରାଗାରକୁ ପଠାଇ ଦେଇଥିଲେ । ମୃତକ ଟିକୁର ଘର ବିନିକାର ଚମାରପଡା ହୋଇଥିବା ବୋଲି ଜଣାପଡ଼ିଛି।

ଆଜି ସକାଳେ ଜେଲର ପାଇଖାନାରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । ଜେଲର କର୍ମଚାରୀ ପାଇଖାନା ଭିତରେ ଟିକୁଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ  ଆଉ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପକ୍ଷରୁ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଇଛି ।

 

ସମ୍ବନ୍ଧିତ ଖବର