କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପନ୍ଦାଡୋଠାରେ ୨୦୧୯ ମସିହାରେ ଜଣେ ନାବାଳିକାକୁ ଅସଦାଚରଣ ମାମଲାର ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହି ମାମଲାରେ ୧୧ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଶୁକ୍ରବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ ସ୍ୱତନ୍ତ୍ର କୋର୍ଟର ବିଚାରପତି ଲୋକନାଥ ସାହୁ ଅଭିଯୁକ୍ତକୁ ପୋକ୍ସୋ ଆଇନ ଧାରା ୮ଅନୁସାରେ ୩ବର୍ଷ ଜେଲ ଓ ୧ ହଜାର ଟଙ୍କା ଜରିମାନା, ୩୫୪ ଧାରା ଅନୁସାରେ ଏକବର୍ଷ ଜେଲ ଓ ୧ ହଜାର ଟଙ୍କା ଜରିମାନା, ୩୫୪(ଏ) ଧାରା ଅନୁସାରେ ୩ବର୍ଷ ଜେଲ ଓ ୧ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କୁ ୫୦ହଜାର ଟଙ୍କାର କ୍ଷତିପୂରଣ ସହାୟତା ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨୦୧୯ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ୫ଟାରେ ପନ୍ଦାଡୋ ଅଞ୍ଚଳର ଦୁଇଜଣ ନାବାଳିକା କେନାଲ ହୁଡାକୁ ଶୌଚ ହେବା ପାଇଁ ଯାଇଥିଲେ। ଜଣେ ନାବାଳିକା କେନାଲ ହୁଡ଼ାରେ ଛିଡା ହୋଇଥିବାବେଳେ ଅନ୍ୟ ଜଣେ ଶୌଚ ହେବାକୁ ଯାଇଥିଲେ। ଏହାର ସୁଯୋଗରେ ପନ୍ଦାଡୋ ଗ୍ରାମର ରାଜକିଶୋର ଜେନା(୨୮) ସେଠାରେ ଛିଡା ହୋଇଥିବା ନାବାଳିକାକୁ ଅସଦାଚରଣ କରିବା ସହ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ୬୯/୨୦୧୯ ଦଫା ୮ ପୋକ୍ସୋ ଆଇନ, ୩୫୪, ୩୫୪(ଏ) ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାକୁ ସରକାରଙ୍କ ତରଫରୁ ପୋକ୍ସୋ କୋର୍ଟର ସ୍ପେଶାଲ ପିପି ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Judgement_at_Nuremburg_1000x714.jpg)