ତୁଷୁରା: ଚୋରି ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ପୁଲିସ ହାତରେ ଧରାପଡ଼ିଥିବା ଯୁବକର କୋଭିଡ ପରୀକ୍ଷା ପରେ ପଜିଟିଭ ବାହାରିଛି। ଫଳରେ ତାକୁ ୪୧ ନୋଟିସ ଦେଇ ଛାଡ଼ିଦିଆଯାଇଛି। ସୂଚନା ଅନୁସାରେ, ଉକ୍ତ ଯୁବକକୁ ଖର୍ଡା ଗ୍ରାମର ଜଣେ ଚାଷୀଙ୍କ ଚାଷଜମିରୁ ପାଣିପମ୍ପ ମଟର ଚୋରି ଅଭିଯୋଗରେ ପୁଲିସ ଗିରଫ କରି ଥାନାରେ ଅଟକ ରଖିଥିଲା। କୋର୍ଟ ଚାଲାଣ ଆଗରୁ ତାକୁ ଗୁଡ଼ଭେଲା ଡାକ୍ତରଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସେଠାରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା।

Advertisment

ଫଳରେ ନେଗେଟିଭ ହେବା ପର୍ଯ୍ୟନ୍ତ ପରିବାର ଲୋକଙ୍କ ହେପାଜତରେ ରହିବାକୁ ଛାଡ଼ିଥିଲା। ଏହା ତୁଷୁରା ଏନ୍‌ଏସି ଓ ଗୁଡ଼ଭେଲା ବ୍ଲକ୍‌ ଅଞ୍ଚଳର ଚଳିତ ବର୍ଷର ପ୍ରଥମ କରୋନା ରୋଗୀ ବୋଲି ଜଣାପଡ଼ିଥିବା ବେଳେ ଶନିବାର ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପରୀକ୍ଷା କରାଯିବ ବୋଲି ଗୁଡ଼ଭେଲା ସିଏଚ୍‌ସି ଅଧିକାରୀ ଡା. ସୂର୍ଯ୍ୟକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଉକ୍ତ ଯୁବକ ଜଣକ ବାହାରେ ରହୁଥିବା ବେଳେ ୨ ଦିନ ପୂର୍ବରୁ ତୁଷୁରା ଆସିଥିବା ଜଣାପଡ଼ିଛି।