ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏସିଡ ମାଡ

ନୂଆପଡା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମରେ ଏସିଡ ମାଡ଼ରେ ଉଭୟ ପକ୍ଷର ଚାରି ଜଣ ଆହତ । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣ ମନିଜର ସରାଫ (୫୦) ଧନଞ୍ଜୟ ସରାଫ (୨୮) ଓ ବିଜୟ ସରାଫ (୨୦) ଙ୍କ ଅବସ୍ଥା ଗୁରୁତର ଥିବାରୁ ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଗୋଷ୍ଠୀର ଘନଶ୍ୟାମ ସରାଫ ଆହତ ହୋଇଥିବା ଜଣାପଡିଛି ।

ଉଭୟ ପରିବାର ସୁନା ଅଳଙ୍କାର ତିଆରି କରନ୍ତି । ତେବେ ଚିନ୍ଦାଗୂଡ଼ ଗ୍ରାମରେ ସୁନା ଅଳଙ୍କାର ନିର୍ମାଣ ଦୋକାନକୁ ନେଇ ଏହି ଦୁଇ ପରିବାର ମଧ୍ୟରେ ଝଗଡ଼ା ଚାଲି ଆସୁଥିଲା । ଗୁରୁବାର କାମକୁ ବାହାରି ଥିବା ବେଳେ ଡୁଆଝର ନଦୀ ବ୍ରିଜ ପାଖରେ କଥା କଟାକଟି ପରେ ଝଗଡ଼ା ହୋଇଥିଲା ଓ ପରସ୍ପର ଉପରକୁ ଏସିଡ ଫିଙ୍ଗିଥିଲେ । ପରିବାର ଲୋକେ ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାକୁ ରେଫର କରାଯାଇଛି ।

ସମ୍ବନ୍ଧିତ ଖବର