କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡି ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଏସିଡ ମାଡ଼ କରିଛି ଜଣେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଏସିଡ ମାଡ଼ରେ ଛାତ୍ରୀଙ୍କ ମୁହଁ ଓ ହାତ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କଲମପୁର ଫାଣ୍ଡି ବଙ୍କାପାଳ ନିକଟରେ କମ୍ପ୍ୟୁଟର କ୍ଲାସ୍ କରିବାକୁ ଯାଉଥିବା ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଜଣେ ଯୁବକ ଏସିଡ ମାଡ଼ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା ଲୋକେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅପରପକ୍ଷେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଛି। ଏକପାଖିଆ ପ୍ରେମରୁ ଯୁବକ ଜଣକ ଛାତ୍ରୀଙ୍କ ଉପରକୁ ଏସିଡ ମାଡ଼ କରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/acid-attack-victim-battling-for-life-1505336984-8734.jpg)