ଓଲଟିଲା ଏସିଡ଼ ଗାଡ଼ି, ଡାଇଭର-ହେଲପର ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନୀପାଲି ନିକଟରେ ଓଲଟିଲା ଏସିଡ଼ ଗାଡି । ଡ୍ରାଇଭର ଓ ହେଲପର ଗୁରୁତର ଆହତ । ଆଜି ବରଗଡ଼ ଜିଲ୍ଲା ସୋହେଲା ଦଶମାଇଲରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଯାଉଥିବା ବେଳେ ସୋନପୁର-ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ବିନିକା ଦାନୀପାଲି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଖବର ପାଇଁ ଦୁଇଟି ଦମକଳ ଗାଡି ପହଂଚି ଗାଡ଼ିରୁ ଲିକ ହେଉଥିବା ଏସିଡକୁ ଆୟତ୍ତ କରୁଛି I ଘଟଣାସ୍ଥଳରେ ବିନିକା ପୁଲିସ ପହଂଚି ରାସ୍ତାରେ ଗାଡି ଚଲାଚଳ ବ୍ୟାହତ ହେଉଥିବାରୁ ସ୍ଥିତି ଉପରେ ନଜର ରଖିଛି I

ସମ୍ବନ୍ଧିତ ଖବର