କେନ୍ଦ୍ରାପଡ଼ା: ତୀର୍ଥଯାତ୍ରା ସାରି ସମସ୍ତେ ହସଖୁସିରେ ଫେରୁଥିଲେ। ଆଉ ତିନି ଚାରି ଘଣ୍ଟା ଭିତରେ ଘରେ ପହଞ୍ଚି ଯାଇଥା’ନ୍ତେ। କିନ୍ତୁ ନିୟତିର ନିର୍ଦ୍ଦେଶ ଥିଲା କିଛି ଅଲଗା। ତୀର୍ଥଯାତ୍ରାର ଖୁସି ମୁହୂର୍ତ୍ତକରେ ମିଳାଇଗଲା ବିଷାଦରେ। ପିକନିକ୍‌ ସାରି ଘରକୁ ଫେରି ପାରିଲେ ନାହିଁ ରେଣୁବାଳା ଜେନା ଆଉ ବିଜୟଲକ୍ଷ୍ମୀ ସ୍ବାଇଁ। ସେମାନଙ୍କ ମରଶରୀର ଘରକୁ ଫେରିଲା। ଇଚ୍ଛାପୁର ରଥଦାଣ୍ତରୁ ୪୨ଜଣଙ୍କୁ ନେଇ ତୀର୍ଥ ଯାତ୍ରାରେ ଯାଇଥିବା ବସ୍‌ ଫେରିବା ବେଳେ ଢେଙ୍କାନାଳ ସିମିନଇ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ରେଣୁବାଳା ଓ ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପ୍ରାୟ ୩୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧୢରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ତେବେ ପିକନିକ୍‌ ସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିବା ଆଉ ସେଥିରେ ଦୁଇ ଜଣଙ୍କ ଜୀବନ ଯିବା ଘଟଣା ଅନ୍ୟ ତୀର୍ଥଯାତ୍ରୀଙ୍କୁ ଦୁଃଖରେ ମ୍ରିୟମାଣ କରିପକାଇଛି। ମିଳିଥିବା ସୂଚନାନୁଯାୟୀ ଇଚ୍ଛାପୁର ଅ˚ଚଳର ପା˚ଚ ଜଣ ତୀର୍ଥଯାତ୍ରାର ଆୟୋଜନ କରିଥିଲେ। ସ୍ଥାନୀୟ ଇଚ୍ଛାପୁର ସମେତ ବିରେସ୍ବତୀ, ଜାଗୁଳାଇପଡ଼ା, ମଧୢଖଣ୍ତି, ବଡ଼ବାରଙ୍ଗ ଆଦି ଅ˚ଚଳରୁ ୪୨ଜଣଙ୍କୁ ଧରି ଶୁକ୍ରବାର ତୀର୍ଥ ଭ୍ରମଣରେ ବାହରିଥିଲେ।

Advertisment

ମୁଣ୍ତପିଛା ଏଥିସକାଶେ ୧୮୦୦ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା। ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଇଚ୍ଛାପୁର ରଥଦାଣ୍ତରୁ ନୀଳମାଧବ ବସ୍‌ ବାହାରିଥିଲା। ଶନିବାର ଓ ରବିବାର ବଲାଙ୍ଗୀରର ହରିଶଙ୍କର, ନୃସି˚ହନାଥ, ସମ୍ବଲପୁରର ସମଲେଇ, ହୀରାକୁଦ ଡ୍ୟାମ ଆଦି ଦେଖିଥିଲେ। ରବିବାର ରାତିରେ ପୁଣି କେନ୍ଦ୍ରାପଡ଼ା ଅଭିମୁଖେ ଫେରିବା ବାଟରେ ସିମନଇଠାରେ ବସ୍‌ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ବସ୍‌ରେ ଥିବା ପ୍ରାୟ ୩୫ଜଣ ଆହତ ହୋଇଥିବା ବେଳେ ଇଚ୍ଛାପୁରର ଅର୍ଜୁନ ଜେନାଙ୍କ ପତ୍ନୀ ରେଣୁବାଳା ଜେନା(୫୫) ଏବ˚ ମାର୍ଶାଘାଇ ଜମପଡ଼ା ଅ˚ଚଳରୁ ଆସି ଭଡ଼ାରେ ଜାଗୁଳାଇପଡ଼ାରେ ରହୁଥିବା ନାରାୟଣ ସ୍ବାଇଁଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା। ଚାଳକଙ୍କ ନିଦ ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ମୃତ ସ˚ଯୁକ୍ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ଗୋଟିଏ ଲେଖାଏଁ ପୁଅ ଓ ଝିଅ ବିବାହ ସରିଛି। ସ˚ଯୁକ୍ତ ନିଜ ଯା’ ସହିତ ବୁଲିବାକୁ ଯାଇଥିଲେ। କିନ୍ତୁ ଦୁର୍ଘଟଣାରେ ଯା' ବ˚ଚି ଯାଇଥିବା ବେଳେ ସେ ଆଖି ବୁଜିଛନ୍ତି।  ଆହତଙ୍କ ମଧୢରେ କାହାର ମୁଣ୍ତ ଫାଟିଛି ତ କାହାର ଗୋଡ଼ କିମ୍ବା ହାତ ଭା˚ଗିଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଅଧିକା˚ଶଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ ମଧୢଖଣ୍ତି ଅ˚ଚଳର ନାରାୟଣ ଷଡ଼ଙ୍ଗୀ, ବିରେସ୍ବତୀ ସୌଦାମିନୀ ସାହୁ ଓ କୈଳାସ ରାଉଳ ଅବସ୍ଥା ଗୁରୁତର ଥିବାରୁ ସେମାନେ ବଡ଼ ମେଡିକାଲ୍‌ରେ ଏବେବି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ବିଧାୟକ ଶଶୀଭୂଷଣ ବେହେରା, ୨ନମ୍ବର କାଉନସିଲର କାଳୀପ୍ରସାଦ ମିଶ୍ର, ଓସ୍ତପୁର ସର˚ପଚ ପ୍ରସନ୍ନ ରାଉତଙ୍କ ସମେତ ଅନ୍ୟମାନେ ବଡ଼ ମେଡିକାଲ୍‌ରେ ଆହତଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଡାକ୍ତରଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।