ସଡ଼କ ଦୁର୍ଘଟଣାରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

ଟିଟିଲାଗଡ: ସଡ଼କ ଦୁର୍ଘଟଣାରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ପାଟଣାଗଡ ଭଇସା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳୁ ଭୋରରୁ ସେ ନିଜ ଗାଁ ଟିଟିଲାଗଡ ବ୍ଲକ ତରାସିଙ୍ଗା ଠାରୁ ବାହାରି ଭଇସା ଯାଉଥିବା ସମୟରେ ବରଗାଁ ନିକଟସ୍ଥ ଲାନ୍ଥ ନଦୀ ବ୍ରିଜ ଉପରେ ଏକ ସରକାରୀ ବସ (ଓଡ଼ି ୦୮ଜି-୭୦୫୧) ଧକ୍କା ଦେବାରୁ ଘଟଣାସ୍ଥଳରେ ଶିକ୍ଷକ ଲବ ବେହେରାଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ବ୍ରିଜ ଉପରେ ଏନ ଏଚ ୨୬ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ଚାକିରି,  କ୍ଷତିପୂରଣ ଓ ବସ ଡ୍ରାଇଭରକୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି।

ତେବେ ଖବର ପାଇ ବା ପରେ ଘଟଣାସ୍ଥଳରେ ସଇଁନ୍ତଳା ଥାନା ଅଧିକାରୀ ବାରିଣୀ ଦାସ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ମାଜିଷ୍ଟ୍ରେଟ ଭାବରେ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଅନ୍ୟପଟେ ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଗାଡି ଚଳାଚଳ ଦୀର୍ଘ ଘଣ୍ଟା ଧରି ଠପ ହୋଇଥିଲା।

ସମ୍ବନ୍ଧିତ ଖବର