ସୁନ୍ଦରଗଡ଼: ଟାଙ୍ଗରପାଲି ତହସିଲର କୋଟିପତି ଅତିରିକ୍ତ ତହସିଲଦାର କୁଳମଣି ପଟେଲ ଗିରଫ ହୋଇଛନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସ ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଛି। ଗିରଫ ଅଧିକାରୀଙ୍କ ଆୟ ବହର୍ଭୂତ ସମ୍ପତ୍ତି ୫ କୋଟି ଟଙ୍କା ହୋଇଥିବାର ଆକଳନ କରିଛି ଭିଜିଲାନ୍ସ। ସେଥିମଧ୍ୟରେ ୨୮ଟି ବ୍ୟାଙ୍କ ଆକାଉଣ୍ଟରେ ୫୯.୧୭ ଲକ୍ଷ, କୋଠା ଓ ଜମି ୧ କୋଟି ୬୦ ଲକ୍ଷ ୪୨ ହଜାର, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୨ କୋଟି ୨୦ ଲକ୍ଷ, ଜୀବନବୀମା ୬୩ ଲକ୍ଷ ଟଙ୍କା ରହିଛି।
ସୂଚନା ମୁତାବକ ଶ୍ରୀ ପଟେଲ ହେମଗିର ତହସିଲରେ ଅତିରିକ୍ତ ତହସିଲଦାର ଭାବେ ସେ ଯୋଗ ଦେବାପରେ କୋଇଲା ଖଣି ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ମଞ୍ଜୁର କରାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଥିଲା। ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିଲା। ଶେଷରେ, ଭିଜିଲାନ୍ସ ଚଢ଼ାଉ କରିବା ପରେ ଆୟ ବହିର୍ଭୂତ ସମ୍ପତ୍ତିର ଏକ ଲମ୍ବା ତାଲିକା ସାମ୍ନାକୁ ଆସିଥିବା କୁହାଯାଉଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ। ସୁନ୍ଦରଗଡ଼ ପରି ପଛୁଆ ଅଞ୍ଚଳରେ ଥିବା ଜଣେ ଅତିରିକ୍ତ ତହସିଲଦାରଙ୍କ ଏତେ ସଂଖ୍ୟକ ପ୍ଲଟ୍ ଓ କୋଠାକୁ ଦେଖି ଭିଜିଲାନ୍ସ ଟିମ୍ ମଧ୍ୟ ଚମକି ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/f4afcdba-f1e1-43ac-ba42-4bfa1a6c33de.jpg)