ନାମଲେଖା: ରାହୁଲ ଶ୍ରୀବାସ୍ତବ କେନ୍ଦୁଝର ମେଡିକାଲ କଲେଜର ପ୍ରଥମ ଛାତ୍ର

କେନ୍ଦୁଝର: ଚଳିତ ଶିକ୍ଷାବର୍ଷଠାରୁ କେନ୍ଦୁଝର ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଛାତ୍ର ଭାବେ ରାଜସ୍ଥାନର ରାହୁଲ ଶ୍ରୀବାସ୍ତବ ଏଠାରେ ନାମଲେଖାଇଛନ୍ତି। କେନ୍ଦୁଝର ମେଡିକାଲ କଲେଜରେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ପାଇଁ ନାମଲେଖା ହେବ।

୧୪ଜଣ ଛାତ୍ରଛାତ୍ରୀ ଏଠାରେ ପାଠପଢ଼ିବା ପାଇଁ ଚଏସ୍‌ ଫିଲିଂ କରିଛନ୍ତି। ସେମାନଙ୍କ ମଧ୍ୟରୁ ରାହୁଲ ଶ୍ରୀବାସ୍ତବ ପ୍ରଥମେ ନାମ ଲେଖାଇଛନ୍ତି। ସେହିପରି ଆଉଜଣେ ଛାତ୍ର ମୟଙ୍କ ମୀନା ମଧ୍ୟ ଏଠାରେ ନାମଲେଖାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର