ବାରିପଦା:ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ଷଷ୍ଠଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ପବନ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୟରେ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ଶିକ୍ଷା ଶିକ୍ଷା ନିଦେ୍ର୍ଦଶାଳୟର ଅଧ୍ୟକ୍ଷ ଡ଼. ଲଳିତ ମୋହନ ଗଡ଼ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବୈଠକର ପ୍ରାରମ୍ଭରେ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼ଃ ସଂଘମିତ୍ରା ପଟ୍ଟନାୟକ କେନ୍ଦ୍ର ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରାଇଥିଲେ ଏବଂ ବିଭିନ୍ନ ସଫଳ ପରୀକ୍ଷଣଗୁଡ଼ିକୁ ନିଜ ବିଭାଗ ଜରିଆରେ ପ୍ରଚାର ପ୍ରସାର କରାଇବାକୁ ପରାମର୍ଶ ଦେଇଥିଲେ ।
ଏହାପରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅଟାରୀ, ଜୋନ-୫ର ପ୍ରମୁଖ ବୈଜ୍ଞାନିକ ଡ଼ଃ ପାର୍ଥ ପ୍ରତିମ ପାଲ କୋଲକାତାରୁ ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇ କୃଷି ଓ ଆନୁସଙ୍ଗିକ ବିଭାଗଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିବା ସମୟରେ ଭାରତ ସରକାରଙ୍କ ପ୍ରତିଷ୍ଠାନ ସି.ୱାର ନିର୍ଦ୍ଦେଶକ ଡ଼ଃ ସନ୍ତୋଷ ଶୀବାସ୍ତବ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ସଂଖ୍ୟକ କୃଷି ଉଦ୍ୟୋଗୀ ସୃଷ୍ଟି କରାଇବା ଉପରେ ଗୁରୁତ୍ୱାରୋପ ଦେଇଥିଲେ । ବୈଠକରେ ଅଣଋତୁ ପନିପରିବା, ଡାଲି, ତୈଳବୀଜ ଚାଷକୁ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ସଂଖ୍ୟକ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଇବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାର ନିଷ୍ପତ୍ତି ଗୃହିତ ହୋଇଥିଲା ।
/sambad/media/post_attachments/wp-content/uploads/2021/01/IMG20210122133657-300x225.jpg)
ଏହି ଅବସରରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ, ଶାମାଖୁଣ୍ଟା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ ସମୂହର ମହାପ୍ରବନ୍ଧକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଯଶୀପୁତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ, ଯୁଦ୍ର ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କ ସମେତ ବିଭିନ୍ନ ସଦସ୍ୟମାନେ ଉଭୟ ଅନଲାଇନ ଓ ଅଫ-ଲାଇନରେ ଯୋଗ ଦେଇ ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ତ୍ରମାସିକ ସମାଚାର ପତ୍ରିକା ଚାଳିଶତମ ସଂକଳନ ଭଞ୍ଜଭୂମୀ କୃଷକ କଥା ଏବଂ ଉନ୍ନତ ପ୍ରଣାଳୀରେ ଚିନାବାଦାମ ଚାଷ ସମ୍ବନ୍ଧୀୟ ପୁସ୍ତକ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହାପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଝୁନି ଲତା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG20210122134521.jpg)