ବରିଷ୍ଠ ମହିଳା ଆଇନଜୀବୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ପରଲୋକ 

ଭବାନୀପାଟଣା: ବରିଷ୍ଠ ମହିଳା ଆଇନଜୀବୀ ଅନ୍ନପୂର୍ଣା ମିଶ୍ରଙ୍କ ଆଜି ସନ୍ଧ୍ୟାରେ ଭବାନୀପାଟଣା ସହରସ୍ଥିତ ରାଧାକୃଷ୍ଣ ନଗର ବାସଭବନରେ ହୃଦଘାତରେ ୬୮ବର୍ଷ ବୟସରେ ପରଲୋକ ହୋଇଛି । ସେ ଅଵସର ପ୍ରାପ୍ତ ସରକାରୀ ଡାକ୍ତର ବିବେକାନନ୍ଦ ମିଶ୍ରଙ୍କ ପତ୍ନୀ ଅଟନ୍ତି। ତାଙ୍କର ଦୁଇ ଝିଅ ଓ ଗୋଟେ ମାତ୍ର ପୁଅ ଭିଜିଲାନ୍ସ ସ୍ୱତନ୍ତ୍ର ପୁବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର । ଆଜି ତାଙ୍କର ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ୱର୍ଗଦ୍ବାରକୁ ନିଆଯାଉଛି। ଆସନ୍ତାକାଲି ତାଙ୍କ ପୁଅ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିବେ। ସ୍ବର୍ଗତ ଅନ୍ନପୂର୍ଣ୍ଣା ମିଶ୍ର ଭୁବନେଶ୍ୱର ଓକିଲ ସଂଘ ଓ ଭବାନୀପାଟଣା ଓକିଲ ସଂଘର ସଦସ୍ୟ ଥିଲେ। ତାଙ୍କ ବିୟୋଗରେ ସହରରେ ଗଭୀର ଶୋକ ପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର