ନୂଆପଡ଼ା ଜିଲ୍ଲାରେ ବରଷ୍ଠ ଆଇନଜୀବୀଙ୍କ କରୋନାରେ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ୫୦ରୁ ଉର୍ଦ୍ଧ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାରେ ସୋମବାର ଦିନ ପୁଣି ଜଣେ ଜଣେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାରେ ପ୍ରଥମ କରି ଜଣେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ନିବାସୀ ଧର୍ମବୀର ଯୋଷୀ (୫୬) ଚଳିତ ମାସ ୩ ତାରିଖ ଦିନ କରୋନ କରୋନା ଚିହ୍ନଟ ହୋଇ ନୂଆପଡ଼ା କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ହେଲେ ଦେହେ ଧିରେଧିରେ ଅସୁସ୍ଥତା ବଢ଼ିବାରୁ ୮ ତାରିଖ ଦିନ ତାଙ୍କୁ ଛତିଶଗଡ଼ ରାୟପୁରର ଓମ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍ ନିୟମ ଅନୁଯାୟୀ ତାଙ୍କର ଶବ ସତ୍କାର କରାଯାଇଥିଲା। ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ ଘଟଣା ପ୍ରଚାର ହେବା ପରେ ଆଜି ନୂଆପଡ଼ା ଓକିଲ ସଂଘ ଓ ଜିଲ୍ଲା ସିଭିଲ ବାର ସଂଘ ପକ୍ଷରୁ ଶୋକସଭା କରିବା ସହ ଗଭୀର ଶଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ଶାନ୍ତି ପାଇଁ ନିବର ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର