୯ମାସ ପରେ ଆରମ୍ଭ ହେଲା ସରକାରୀ ବସ : ୬ଟି ରୁଟରେ ଚାଳୁଛି ବସ, ତେଲ ଖର୍ଚ୍ଚ ବାହାରୁନି

ଆଉ ୪ଟି ରୁଟରେ ବସ ଚଳାଚଳ ପାଇଁ ଯୋଜନା

ଜୟପୁର: ଓଏସଆରଟିସି ଜୟପୁର ଜୋନ ପକ୍ଷରୁ ଗତ ୪ତାରିଖରେ ପ୍ରଥମ ବସ ଭବାନିପାଟଣାକୁ ଚାଳିଥିଲା। ଏହା ପରେ କୋଟିଆ, ଇନ୍ଦ୍ରାବତୀ-ଚିତ୍ରକୋଣ୍ଡା, ମୋଟୁ-ଭବାନୀପାଟଣା, ଜୟପୁର –ମୋଟୁ, କଟକ ଭାୟା ଆନ୍ଧ୍ରପ୍ରଦେଶ ଓ ଭାୟା ରାୟଗଡା ଏଭଳି ସବୁ ବସ ଚଳାଚଳ ଆରମ୍ଭ ହୋଇଛି। ତେବେ ଏହି ରୁଟ ଗୁଡ଼ିକରେ ଯଦିଓ ବସ ଚଳାଚଳ ହେଉଥିଲେ ହେଁ ଯାତ୍ରୀ ଯେଉଁ ପରିମାଣର ହେବା କଥା ହେଉନାହାନ୍ତି। ବସ ଗୁଡିକ ଖାଲି ଖାଲି ଚାଳିଛି। ତେଲ ଖର୍ଚ୍ଚ ବାହାରୁନି ବୋଲି କହିଛନ୍ତି ଭାରାପ୍ରାପ୍ତ ଡିଟିଏମ୍ କାହ୍ନୁଚରଣ ସାହୁ। ତଥାଫି ବସ ଚଳାଚଳ କରୁଛି। ସେଭଳି ଆଗାମୀ ଦିନରେ ଜୟପୁର-ଫୁଲବାଣୀ, ଜୟପୁର- ରା‌ଜମହେନ୍ଦ୍ରୀ (ଭଲଭୋ), କୋଟପାଡ-ବିଶାଖାପାଟଣା ଏବଂ ଗୁଣୁପୁର ବସ ଚଳାଚଳ କରିବା ପାଇଁ ରାଜ୍ୟ ପରିବହନ ନିଗମକୁ ଅନୁମତି ଏବଂ ଅନୁମୋଦନ ପାଇଁ ପ୍ରସ୍ତାବ ଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଡିଟିଏମ ସାହୁ। ଜୟପୁର –ଜଗଦଲପୁର ବସ ଅନରୋଡ଼୍ ହୋଇଯାଇଛି।

କରୋନା ସମୟରେ ଏହି ବସ କେବଳ ପ୍ରବାସୀ ଶ୍ରମିକଙ୍କୁ ନିଆଅଣା ପାଇଁ ବ୍ୟବହାର ହୋଇଥିଲା। ତେବେ ବସଟି ଅପରୋଡ ରହିଥିଲା। ଏବେ କୋଭିଡ୍ ସମୟରେ ଏହି ବସର ଛତିଶଗଡ ରୋଡ ଟ୍ୟାକ୍ସ ଦର୍ଶାଉଛି। ଏହି ସମସ୍ୟାର ସମାଧାନ କରିବାକୁ ଜଣେ ଜଗଦଲପୁର ଆଂଚଳିକ ପରିବହନ କାର୍ୟ୍ୟାଳୟକୁ ଯିବେ ବୋଲି କହିଛନ୍ତି ଡିଟିଏମ। ପ୍ରକାଶ ଯୋଗ୍ୟ, କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ୨୬ଟି ରୁଟର ୫୧ଟି ବସକୁ ଅପରୋଡ କରାଯାଇଥିଲା। ଏହାରି ମଧ୍ୟରେ କିଛି ବସରେ ପ୍ରବାସୀ ଶ୍ରମିକଙ୍କୁ ଗଂଜାମ, ମାଲାକାନଗିରୀ, ଓ କୋରାପୁଟ ଜିଲ୍ଲାର ପରିବହନ କାମରେ ନିୟୋଜିତ କରାଯାଇଥିଲା। ଏଥିରେ ତେଲ ଟଙ୍କାରେ ହେରଫେରକୁ ନେଇ ପରବର୍ତ୍ତୀ ସମୟରେ ପରିଚାଳନା ନିର୍ଦେଶକ ସାମୟିକ ଭାବେ ଅକ୍ଟୋବର ୧ରୁ ଜୟପୁର ଜୋନକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଗତ ୧ତାରିଖରେ ‌ଏହା ଖୋଲିଥିଲା।

ସମ୍ବନ୍ଧିତ ଖବର