ବଳମ-ଟୁସୁଳା ରାସ୍ତା ହସ୍ତାନ୍ତର ବିବାଦ: ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ଦେବଗଡ: ଏନ.ଏଚ-୪୯ ବଳମଠାରୁ ଟୁସୁଳା ଭାୟା ଦନ୍ତାରିବାହାଳ-କଣ୍ଟାପାଲିର ୨୪ କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର କରିବା ପାଇଁ କେଡିଆର ଆଂଚଳିକ ଉନ୍ନୟନ କମିଟି ଚଳାଇଥିବା ଆରମଣ ଅନଶନ ପ୍ରତ୍ୟାହୃତ ହୋଇଛି। ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ ଓ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ଗୁରୁବାର ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ସେମାନଙ୍କ ସହିତ ଆଲୋଚନା କରିଥିଲେ। ୧ ମାସ ମଧ୍ୟରେ ଆରଡି ରାସ୍ତାରୁ ଆରଏଣ୍ଡବି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ପରେ ସେମାନଙ୍କ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଆଲୋଚନା ବେଳେ ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ, ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ଡିଆଇପିଆରଓ ବିଜୟ ମିଶ୍ର, ଆରଏଣ୍ଡବି ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ଶତପଥୀ, ଓକିଲ ସଂଘର ସଭାପତି ପ୍ରମଥେଶ ଗୁରୁ, ଆଇନଜୀବୀ ଦିଲ୍ଲୀପ ଗୁରୁ, ସଚ୍ଚିକାନ୍ତ ଦାଶ, ଓକିଲ ସଂଘ ସଂପାଦକ ସିଦ୍ଧେଶ୍ୱର ଗୁରୁ, କେଡିଆର ଆଂଚଳିକ କମିଟି ସଭାପତି ଦିଲ୍ଲୀପ ପ୍ରଧାନ, ସଂପାଦକ ଜନ୍ମାଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର