ବିବାହ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୋନାଖାନ ଗାଁରେ ଏକ ବିବାହ ଭୋଜି ଆୟୋଜିତ ହୋଇଥିଲା। ଏହି ବିବାହ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କୁ ସରକାରୀ ଓ ବରାଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୋନାଖାନ ଗାଁରେ ମଙ୍ଗୁଳ ନାଏକ ବସବାସ କରନ୍ତି। ତାଙ୍କ ପୁଅର ବିବାହ ଥିଲା। ତେବେ ସେ ପୁଅର ବିବାହ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ଲୋକେ ରସନା ପାଣି ଓ ବିନ୍ଦୁ ଖାଇବା ପରେ ହଠାତ ବାନ୍ତି ହୋଇଥିଲା। ଧୀରେଧୀରେ ୩୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର