ସୋନପୁର: ସୋନପୁର ବ୍ଲକ ହରଡ଼ଖୋଲ ପଞ୍ଚାୟତର ଲକର୍ମା ଗ୍ରାମରେ ଏକ ବେସରକାରୀ ଜମିରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କୋଠା ନିର୍ମାଣ କରି ଫସିଛି ବ୍ଲକ ପ୍ରଶାସନ। ଏହି କୋଠା ନିର୍ମାଣ ପରେ ଜମି ମାଲିକ ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ ତେବେ ଇତି ମଧ୍ୟରେ ୧୫ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଭୁଲ କରିଥିବାରୁ ସେଠାରୁ ଜମି ମାଲିକଙ୍କୁ ହଟାଇ ପାରି ନାହିଁ । ଏବେ ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ୫ ଲକ୍ଷ ଟଙ୍କା ପାଣିରେ ପଡିଛି। ମିଳିଥିବା ସୂଚନା ଅନୁଯାଇ, ତତ୍କାଳୀନ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ୨୦୧୧-୧୨ ଆର୍ଥିକ ବର୍ଷରେ ଲକର୍ମା ଗ୍ରାମର ସ୍ୱର୍ଗତ ଧନଞ୍ଜୟ ନାଏକଙ୍କ ଘରବାରୀ ଜମିରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଜିପିଟିଏଙ୍କ ନାମରେ କାର୍ଯ୍ୟାଦେଶ ରହିଛି। ଏଥିପାଇଁ ୪ ଲକ୍ଷ ୬୭ ହଜାର ୭୪୩ ଟଙ୍କା ବିଲ୍ ପୈଠ ସରିଛି। ମାତ୍ର ସଂପୃକ୍ତ ବ୍ୟକ୍ତିଙ୍କ ଦାୟଦମାନେ ତାହା ଏବେ ଛାଡ଼ୁ ନାହାନ୍ତି। ଫଳରେ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ତତ୍କାଳୀନ ବିଡିଓ, ଜିପିଟଏ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଏବେବି ଏଠାରେ କାର୍ଯ୍ୟରତ। ଗୋଟିଏ ସତ୍ୟପାଠକୁ ଆଧାର କରି ବେସରକାରୀ ଜମିରେ ସରକାରୀ ଅନୁଦାନରେ କିପରି ଗୃହ ନିର୍ମାଣ ପାଇଁ ତତକାଳୀନ ବିଡିଓ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ। ତତ୍କାଳୀନ ବିଡିଓ, ସହକାରୀ ଯନ୍ତ୍ରୀ ଏବଂ ଜିପିଟଏଙ୍କୁ ପ୍ରଶାସନିକ ସୁରକ୍ଷା ଦିଆଯାଉଥିବାର ମଧ୍ୟ ଗୁରୁତର ଅଭିଯୋଗ ହେଉଛି। ଲକର୍ମା ଗ୍ରାମର ପ୍ରାୟ ୨୦ ଜଣ ଶିଶୁଙ୍କୁ ଏକ ଅସ୍ଥାୟୀ ଘରେ ପାଠ ପଢାଯିବା ସହିତ ଅଙ୍ଗନବାଡି କେନ୍ଦ୍ର ଚାଲିଛି। ତୁରନ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
୧୫ ମାସ ପରେ ବି ହଟାଇ ପାରିଲାନି ପ୍ରଶାସନ
ବେସରକାରୀ ଜମିରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଘଟଣାL
/sambad/media/post_attachments/wp-content/uploads/2017/10/anagnbadifull.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)