ବାଗଦୋର ସମିତିସଭ୍ୟାଙ୍କ ସ୍ବାମୀକୁ ହତ୍ୟା: ୪ ମାସ ପରେ ମୁଖ୍ୟ ଅଭିଯୁକ୍ତ ସୁଟରରୁ ଗିରଫ

ଜେଲ ଗଲା ମୁଖ୍ୟ ସୁଟର ନରେଶ ସାହୁ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ବିଜେଡି ନେତା ତଥା ବାଗଦୋର ସମିତିସଭ୍ୟାଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳି କରି ହତ୍ୟା କରିବା ଘଟଣାର ମୁଖ୍ୟ ସୁଟର ବା ସୁପାରି କିଲର ନରେଶ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏ ନେଇ ପାଟଣାଗଡ଼ରେ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ସୂଚନା ଦେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବାଗଦୋର ବିଜେଡି ନେତା ଲୋକନାଥ ବିଶ୍ବାଳଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣାର ମୁଖ୍ୟ ସୁଟର ବରଗଡ ଜିଲ୍ଲା ପଦ୍ମପୁର ରାଜାପଡାର ନରେଶ ସାହୁକୁ ଗିରଫ କରିଛି। ନରେଶ ଲୋକନାଥକୁ ଗୁଳି କରି ଫେରାର ରହିଥିଲା। ନରେଶ ରାୟପୁର ନିକଟରେ ଥିବା ନେଇ ବେଲପଡା ପୁଲିସ ସୂଚନା ପାଇ ରାୟପୁରରେ ପହଞ୍ଚିଥିଲା। ରାୟପୁର-ବିଲାସପୁର ରାସ୍ତାରେ ଥିବା ସିଲତରା ସ୍ଥିତ ହିନ୍ଦୁସ୍ଥାନ ପ୍ରାଇଭେଟ ଲିମିଟେଡ ନିକଟରୁ ଗିରଫ କରି ବୁଧବାର ରାତିରେ ବେଲପଡା ଥାନାରେ ପହଞ୍ଚିଥିଲା। ଏହାସହିତ ଦୁଇ ଗୋଟି ଦେଶୀ ପିସ୍ତଲ (ଗୋଟିଏ ଧଳା ରଙ୍ଗର ଗୋଟିଏ କଳା ରଙ୍ଗର), ଚାରି ଜିବିତ ଓ ଗୋଟିଏ ଫୁଟା କାଟରିଜ୍, ଅଭିଯୁକ୍ତ ମାନଙ୍କ ମୋବାଇଲ ଫୋନ ଜବତ୍ କରା ଯାଇଥିବା ନେଇ କହିଛି ପୁଲିସ। ବେଲପଡାରେ ପଚରା ଉଚୁରା କରିବା ପରେ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିବା ପରେ ଜେଲ ହାଜତକୁ ନିଆ ଯାଇଥିବା ଜଣାପଡିଛି। ଏହି ଘଟଣାରେ ସମ୍ପ୍ରୁକ୍ତ ଥିବା ଦର୍ଶାଇ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟୀ ଭୁକ୍ତା ଓ ବେଲପଡା ଥାନାଧିକାରୀ ବୁଲୁ ମୁଣ୍ଡା ଉପସ୍ଥିତ ଥିଲେ।

Sambad

ଏଠାରେ ପ୍ରକାଶ ଥାଉ କି, ଗତ ମାର୍ଚ ମାସ ୨୮ ତାରିଖରେ ବାଲପଡା ବାଗଦୋର ପଞ୍ଚାୟତର ବିଜେଡି କର୍ମି ତଥା ବାଗଦୋର ସମିତିସଭ୍ୟାଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ନିଦ ବନମାଲ ସ୍ଥିତ ଘରେ ଖାଇ ସାରି ବାହାରେ ଚୌକିରେ ବସିଥିଲେ। ଏହି ସମୟରେ ୩ ଜଣ ନରେଶ ସାହୁ, ସୀତାରାମ ବିନ୍ଧାଣୀ ଓ ରବି ଷାଣ୍ଢ ଗୋଟିଏ ବାଇକରେ ଆସିଥିଲେ। ଲୋକନାଥଙ୍କ ଘର ସମ୍ମୁଖରେ ପହଞ୍ଚି ଲୋକନାଥଙ୍କୁ ନରେଶ ସାହୁ ଗୁଳି କରି ହତ୍ୟା କରି ଆସିଥିବା ବାଇକ୍ ରେ ୩ ଜଣ ଫେରାର୍ ମାରିଥିଲେ। ହେଲେ ଫେରାର ହେଉଥିବା ବେଳେ ଲାଠୋର ପୁଲିସ ହାତରେ ସୀତାରାମ ବିନ୍ଧାଣୀ ଓ ରବି ଷାଣ୍ଢ ଧରା ପଡିଥିବା ବେଳେ ପର ଦିନ କୋର୍ଟ ଚାଲାଣ କରିଥିଲା ପୁଲିସ। ପରେ ୩୦ ତାରିଖ ଦିନ ଏଥିରେ ସମ୍ପ୍ରୁକ୍ତ ଥିବା ଦର୍ଶାଇ ବାସୁଦେବ ପଧାନ, ସନ୍ତୋଷ ଦାସ, କରୁଣା ବାଗ ଓ କୁଶଧ୍ବଜ ମାଝୀକୁ ବି କୋର୍ଟ ଚାଲାଣ କରିଥିଲା ପୁଲିସ। ହେଲେ ଦୀର୍ଘ ସାଢେ ତିନି ମାସରୁ ଉର୍ଦ୍ଧ୍ବ ପରେ ରାୟପୁରରୁ ପୁଲିସ ମୁଖ୍ୟ ସୁଟର ନରେଶ କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର