ଜୟପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଫେବ୍ରୁଆରି ୨୭ ତାରିଖରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ତେବେ ଇତି ମଧ୍ୟରେ ଏକ ମାସ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନି। ସମ୍ମୁଖ ଗେଟରେ ଝୁଲୁଛି ତାଲା ।  ଜିଲ୍ଲା ବିଜ୍ଞାନ କେନ୍ଦ୍ର ପରିଚାଳନା ପାଇଁ ଟେକ୍ନିସିଆନ୍ ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତି ହୋଇପାରୁନଥିବାରୁ ଏପରି ସ୍ଥିତି ଉପୁଜିଛି। ଫଳରେ ମହାକାଶ ବିଜ୍ଞାନ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଜିଲ୍ଲା ବିଜ୍ଞାନ କେନ୍ଦ୍ରକୁ ଆସି ନିରାଶ ହୋଇ ଫେରୁଛନ୍ତି।

Advertisment

ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ସଂପର୍କରେ ସଚେତନତା କରିବା ଲକ୍ଷ୍ୟ ନେଇ ବିଜ୍ଞାନ କେନ୍ଦ୍ର ନିର୍ମାଣ କରାଯାଇଛି। ଏହା ପରିସରରେ ୪୦ ଜଣ ବସିବା ଭଳି ଅଡିଟୋରିୟମ୍, ବାହାରେ ୯ଟି ଓ ଭିତରେ ୩ଟି ସ୍ଥାନରେ ୫୬ଟି ପ୍ରକଳ୍ପ ସ୍ଥାପନ କରାଯାଇଛି। ସର୍ବଭାରତୀୟସ୍ତରରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ନେଇ ଯିବା ସହ ପୁରସ୍କୃତ ଓ ଉଚ୍ଚ ପ୍ରଶଂସିତ ହେଉଛନ୍ତି। ତେବେ ବହୁ ପିଲା ଉତ୍ତମ ମାର୍ଗଦର୍ଶନ ଓ ନୂଆ ନୂଆ ପ୍ରକଳ୍ପ ସଂପର୍କରେ ଜାଣି ପାରୁନାହାନ୍ତି। ଏହା ଦ୍ବାରା ବିଦ୍ୟାର୍ଥୀମାନେ ବୈଜ୍ଞାନିକ ଭାବେ ନିଜକୁ ଗଢ଼ି ତୋଳିବା ସ୍ବପ୍ନ ନେଇ ଆଗକୁ ବଢ଼ିବା ସହ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ମନୋନିବେଶ କରି ନୂତନ ତଥ୍ୟ ଆବିଷ୍କାର କରିବାରେ ସହାୟକ ହୋଇପାରିବେ କିନ୍ତୁ ପରିତାପର ବିଷୟ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନପାରି ସେମିତି ପଡ଼ି ରହିଛି।

ଟେକ୍ନିସିଆନ୍ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ପାଇଁ ବିଞପ୍ତି ବାହାରିଛି ନିଯୁକ୍ତି ହେଲେ ଆରମ୍ଭ ହେବ ବୋଲି କହିଛନ୍ତି ଜୟପୁର ବିଇଓ ଚନ୍ଦନ କୁମାର ନାୟକ। ନିରନ୍ତର ବିଦ୍ୟୁତ ସେବା  ଠିକା ସଂସ୍ଥାଏନପିସିସି  ଟାଟାପାୱାର ଦ୍ବାରା କରାଇ ଏହି ଆଠ ଦିନ ମଧ୍ୟରେ ଦେଲେ ଏବଂ କର୍ମଚାରୀ ନିଯୁକ୍ତି ହେଲେ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ବିଜ୍ଞାନ ଅନନ୍ତ ଦଳପତି। ଲୋକାର୍ପଣ ଉତ୍ସବ ଦିନ ବହୁ ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇ ବୁଲିଥିଲେ। ସେଭଳି ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକରେ ବାର୍ଷିକ ପରୀକ୍ଷା ସରିଯାଇଥିବାରୁ ପ୍ରତ୍ୟେକ ଦିନ  ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ ଶିକ୍ଷକ  ମାନେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଦେଖିବାକୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।