ବର୍ଷକ ପରେ ଧରାପଡ଼ିଲା ଚୋର

ସେମିଲିଗୁଡା: ଚୋରି ହେବାର ପ୍ରାୟ ବର୍ଷକ ପରେ ୧ ଚୋର ସମେତ ଚୋରି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ସୁନାବେଡା ପୋଲିସ। ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଫ୍ରେବୁଆରି ମାସରେ ସେମିଲିଗୁଡା ନେହେରୁ ନଗରରେ ରହୁଥିବା ଆର. ରବି କୁମାର ନିଜ ଆଖି ଅପରେସନ ପାଇଁ ବବିଲି ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ପାଇ ଚୋର ମାନେ ତାଙ୍କ ଘର କବାଟ ତାଡି ଆଲମାରୀ ଭାଙ୍ଗି ତା ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ କିଛି ନଗଦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଚୋରି କରିନେଇଥିଲେ।

ଅପେରସନ ସାରି ରବି ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣି ପାରି ସୁନାବେଡା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ ୩୩/୨୦ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିଲେ ଗତକାଲି ପୁଲିସ ନନ୍ଦପୁର ଅଂଚଳରୁ ପ୍ରଥମେ ଚୋରକୁ ଗିରଫ କରିଥିବା ବେଳେ ତା ସୂଚନାକୁ ଆଧାର କରି ଚୋରି ସୁନା କ୍ରୟ କରିଥିବା ନନ୍ଦପୁରର ଜଣେ ସୁନାରୀକୁ ଗିରଫ କରିବା ସହିତ ୭ ତୋଳା ୬୪୦ ମିଳିଗ୍ରାମ ସୁନା ସହିତ ଗୋଟିଏ ମୋବାଇଲ ଫୋନ ଜବତ କରିଥିବା ବେଳେ ଅନ୍ୟ ଜଣେ ଚୋରି ଅଭିଯୁକ୍ତ ଫେରାର ରହିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଫେରାର ଅଭିଯୁକ୍ତକୁ ଖୋଜା ଚାଲିଛି ବୋଲି ସୁନାବେଡା ଥାନାଧିକାରୀ ଶ୍ରୀ ଭୀମସେନ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର