କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ନିୟମ କହୁଛି ଜଣେ ଅଧିକାରୀ ତିନି ବର୍ଷରୁ ଅଧିକ ଗୋଟିଏ ଜାଗାରେ ରହିପାରିବେ ନାହିଁ। କିନ୍ତୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରୁ ଅଳ୍ପକେ ଚମ୍ପଟ ମାରିଥିବା ବିବାଦୀୟ ମାର୍ଶାଘାଇ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ଶତ୍ରୁଘ୍ନ ବେହେରା କିନ୍ତୁ ସରକାରଙ୍କ ଏ ନିୟମ ପ୍ରହସନରେ ପରିଣତ ହୋଇଥିଲା। ଦୁଇ କି’ ଚାରି ବର୍ଷ ନୁହେଁ, ଶ୍ରୀ ବେହେରା ମାର୍ଶାଘାଇ ବ୍ଲକ୍ରେ ଆଠ ବର୍ଷ ହେଲା ବିଇଓ ଦାୟିତ୍ବରେ ରହିଥିଲେ। ତାଙ୍କ ବିରୋଧରେ ଲାଞ୍ଚ ନେବାଠୁ ଆରମ୍ଭ କରି ଶିକ୍ଷକଙ୍କୁ ଆକ୍ରୋଶମୂଳକ ଭାବେ ବଦଳି, ଫାଇଲ୍ ଲୁଚାଇ ଶିକ୍ଷକଙ୍କୁ ହଇରାଣ କରିବା, ପଦୋନ୍ନତି ପାଇଁ ଅର୍ଥ ମାଗିଥିବା ଭଳି ଅନେକ ସ˚ଗିନ ଅଭିଯୋଗ ଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ବି ବିଇଓଙ୍କ ବିରୋଧରେ ଅଭିଯୋଗ ହେବା ପରେ ତଦନ୍ତ ହୋଇଥିଲା। ମାତ୍ର କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କୈଫିୟତ୍ ବି ତାଙ୍କୁ ତଲବ କରାଯାଇନଥିଲା। ସତେଯେମିତି ଶ୍ରୀ ବେହେରା ଶିକ୍ଷା ବିଭାଗର ‘ଗେହ୍ଲାପୁଅ’ ସାଜିଥିଲେ! ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କାହା ଛତ୍ରଛାୟା ତଳେ ଶ୍ରୀ ବେହେରା ଏତେ ପାଵାରଫୁଲ୍ ହୋଇ ଯାଇଥିଲେ ବି ସ˚ଗିନ ଅଭିଯୋଗ ପରେ ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଝା ଦେଉଥିଲା। ତାଙ୍କୁ କିଏ ଘଣ୍ଟ ଘୋଡ଼ାଇ ରଖିଥିଲା? ସରକାରଙ୍କ ସ୍ବାଭାବିକ ତିନି ବର୍ଷରେ ଯେଉଁ ବଦଳି ହେଉଥିଲା, ତାହା ବି ତାଙ୍କ କ୍ଷେତ୍ରରେ ଲାଗୁ ନ ହେବା ସୂଚାଇ ଦେଉଛି ଯେ କେଉଁଠି ନା କେଉଁଠି ବିଭାଗର ବଡ଼ବାବୁଙ୍କ ଆଶୀର୍ବାଦ ଶ୍ରୀ ବେହେରାଙ୍କ ମୁଣ୍ତ ଉପରେ ରହିଥିଲା। ଶ୍ରୀ ବେହେରାଙ୍କ ବିରୋଧରେ ପୂର୍ବରୁ କ୍ଷମତାର ଦୁରୂପଯୋଗ କରି ଲାଞ୍ଚ ଓ ମନମାନି ଅଭିଯୋଗ କ୍ରମାଗତ ଭାବେ ଆସୁଥିବା ବେଳେ ଗତ ୧୧ତାରିଖରେ ଯେଉଁ ଘଟଣା ଘଟିଥିଲା, ତାହା ଜିଲ୍ଲା ଶିକ୍ଷା ବିଭାଗକୁ ବଦନାମ କରି ଦେଇଛି।
ପ୍ରୋଭିଜନାଲ୍ ପେନସନ୍ ଓ ଅବସରକାଳୀନ ସୁବିଧା କରାଇଦେବା ପାଇଁ ନିଜ ଅଫିସ୍ର ଜଣେ ସହକାରୀ ଅବସରପ୍ରାପ୍ତ ସେକସନ୍ ଅଫିସର୍ ଭ˚ଜକିଶୋର ନାୟକଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଡାହାଣ ପଟ ଟେବୁଲ୍ ଡ୍ର’ରେ ରଖିଥିଲେ। କିନ୍ତୁ ଭିଜିଲାନ୍ସ ଅଧିକାରୀ ଚଢ଼ଉ କରିବାରୁ ଅତି ଚତୁରତାର ସହିତ ଶ୍ରୀ ବେହେରା ଅଫିସ୍ ପଛପଟ ଦେଇ ଚମ୍ପଟ୍ ମାରିଥିଲେ। ଭିଜିଲାନ୍ସ କିନ୍ତୁ ଲାଞ୍ଚ ୨୦ହଜାର ଟଙ୍କା ଡ୍ର’ରୁ ଜବତ୍ କରିବା ସହିତ ତାଙ୍କ ବିରୋଧରେ ୭ ପିସି ଆକ୍ଟ୍ ୧୯୮୮ରେ ମାମଲା(କେସ୍ ନ˚-୩୨/୨୨) ରୁଜୁ କରିଛି। ଏହା ସହିତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଭିଜିଲାନ୍ସ ଚିଠି କରି କଟକସ୍ଥିତ ଅଫିସ୍ରେ ୧୨ତାରିଖ ଦିନ ସାଢେ଼ ୧୦ଟା ବେଳେ ହାଜର ହେବାକୁ କୁହାଯାଇଥିଲା। ସେହିପରି ଡିଇଓ ମଧୢ ଘଟଣାର ଦିନର କାର୍ଯ୍ୟ ବିବରଣୀ ଦେବାକୁ କୈଫିୟତ୍ ତଲବ କରିଥିଲେ। ହେଲେ ଶ୍ରୀ ବେହେରା ନା ଭିଜିଲାନ୍ସ ଅଫିସ୍ରେ ହାଜର ହେଲେ ନା ଡିଇଓଙ୍କୁ ରିପୋର୍ଟର ଉତ୍ତର ଦେଇଥିଲେ। ଏବେବି ଶ୍ରୀ ବେହେରା ଫେରାର୍ ଅଛନ୍ତି। କିନ୍ତୁ ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଶ୍ରୀ ବେହେରା କିଭଳି ଗୋଟିଏ ଜାଗାରେ ଆଠ ବର୍ଷ ବିଇଓ ଦାୟିତ୍ବରେ ରହିଲେ? ଏହି ସମୟ ଅବଧି ମଧୢରେ ଜିଲ୍ଲାର ଅନ୍ୟ ଆଠଟି ବ୍ଲକ୍ରେ ବ୍ଲକ୍ ଶିକ୍ଷାଧିକାରୀ ମାନେ ନିୟମିତ ବ୍ୟବଧାନରେ ବଦଳୁଥିବା ବେଳେ ଶ୍ରୀ ବେହେରାଙ୍କ କ୍ଷେତ୍ରରେ କିପରି ଏହାର ବ୍ୟତିକ୍ରମ ଘଟୁଥିଲା? ଯାବତୀୟ ସ˚ଗିନ ଅଭିଯୋଗ ସତ୍ତ୍ବେ ବିଭାଗ କାହିଁକି ତାଙ୍କୁ ବିଇଓ ଦାୟିତ୍ବରୁ ହଟାଇବା ତ ଦୂରର କଥା, ବଦଳି ବି କରୁନଥିଲା? ସରକାରଙ୍କ ସ୍ବାଭାବିକ ବଦଳି ପ୍ରକ୍ରିୟା(ତିନି ବର୍ଷ)ରୁ ଶ୍ରୀ ବେହେରା ବାହାରେ ରହିବା ପଛର ରହସ୍ୟ କ’ଣ ହେଇପାରେ? ସାଧାରଣରେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗର ଭୂମିକା ବି ଏ କ୍ଷେତ୍ରରେ ସନ୍ଦେହମୁକ୍ତ ନୁହେଁ।
ଏଇଥିପାଇଁ ଯେ ଗତବର୍ଷ ସେପ୍ଟମ୍ବର ମାସରେ ଶ୍ରୀ ବେହେରାଙ୍କ କଳା କାରନାମା ସ˚ପର୍କରେ ‘ସମ୍ବାଦ’ରେ ଏକାଧିକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଡିଇଓଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ ଘଟଣାର ତଦନ୍ତ କରିଥିଲେ। ମାର୍ଶାଘାଇସ୍ଥିତ ଅଫିସ୍ ଯାଇ କେତେକ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅଭିଯୋଗ ସ˚ପର୍କରେ ପଚରାଉଚରା କରିଥିଲେ। ଅନେକ ଶିକ୍ଷକ ଅବସରକାଳୀନ ସୁବିଧା ପାଇବା ପାଇଁ ବିଇଓଙ୍କୁ ଲାଞ୍ଚ ଦେଇଥିବାର କହିବା ପରେ ମଧୢ ବିଇଓ ଶ୍ରୀ ବେହେରାଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏହା ସୂଚାଇ ଦେଉଥି ଯେ ଶ୍ରୀ ବେହେରାଙ୍କ ଚେର ଏତେ ଗଭୀରକୁ ଲମ୍ବିଛି ଯେ ଜିଲ୍ଲା ଶିକ୍ଷା ବିଭାଗ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାର ସାହସ ଦେଖାଇପାରିନାହିଁ। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷାଧିକାରୀ ସ˚ଜୀବ ସି˚ହଙ୍କ କହିବା କଥା ହେଉଛି, ଅତୀତରେ ଯେଉଁ ସବୁ ଅଭିଯୋଗ ହୋଇଥିଲା, ତାହାର ତଦନ୍ତ ହୋଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ମୋର ନାହିଁ। ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣା ସ˚ପର୍କରେ ପୂର୍ବରୁ ଲିଖିତ ଜଣାଇ ଦିଆଯାଇଛି। ଏଠି ପ୍ରଶ୍ନ ଉଠୁଛି ଯେ ଡିଇଓଙ୍କ କହିବାନୁଯାୟୀ ଯଦି ଶ୍ରୀ ବେହେରାଙ୍କ ବିରୋଧରେ ବିଭାଗକୁ ରିପୋର୍ଟ ଦିଆଯାଇଥିଲା, ତା’ ହେଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଉଚ୍ଚପଦସ୍ଥ ଅଧିକାରୀ କାହିଁକି ଚାପିକି ବସିଥିଲେ? ଏହା ପରୋକ୍ଷରେ ସୂଚାଇ ଦେଉଛି ଯେ ବଡ଼ବଡ଼ିଆଙ୍କ ଅହେତୁକ ଅନୁକମ୍ପା ହାସଲ କରି ଶ୍ରୀ ବେହେରା ଯେ ଆଠ ବର୍ଷ ହେଲା ମାର୍ଶାଘାଇ ବିଇଓ ଗାଦିରେ ବସିଥିଲେ, ତାହା ଆଉ ବୁଝିବାକୁ ବାକି ନାହିଁ। ତେବେ ଏବେ ଯେତେବେଳେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିନଥିଲେ ବି ବିବାଦ ଘେରକୁ ଆସୁଛନ୍ତି, ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଉ କେତେକାଳ ଲଗାଇବ, ତାରି ଉପରେ ସଭିଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।