ସମ୍ବଲପୁର: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ୬ ଦିନ ପରେ ସମ୍ବଲପୁର ଜିଲ୍ଲାର ପ୍ରାୟ ଅଧା ଅଞ୍ଚଳରେ ଇଣ୍ଟରନେଟ୍ ଆସିଛି। ହେଲେ ସମ୍ବଲପୁର ସହରରେ ନେଟ୍ ସେବା ବନ୍ଦ ରହିଛି।
ରେଢ଼ାଖୋଲ, ନାକଟିଦେଉଳ, ଯୁୁଯୁମରା, ବାମରା, କୁଚିଣ୍ଡା, ଯମନକିରାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଇଥିବା ବେଳେ ବାକି ସମସ୍ତ ଅଞ୍ଚଳରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା।
ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ପରେ କର୍ଫ୍ୟୁ ଜାରି କରାଯାଇଥିଲା। ଏବେ କର୍ଫ୍ୟୁ କୋହଳ ହୋଇଥିବା ବେଳେ ହିଂସା ବି ଥମିଛି। ହେଲେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଆଜି ଆନ୍ଦୋଳନ ଆରମ୍ଭ ହୋଇ ବନ୍ଦ ପାଳନ କରାଯାଉଛି।
ଏବେବି ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଛି। ବିଭିନ୍ନ ସ୍ଥାନରେ ପୋଲିସ ଡେରା ପକାଇଛି। କର୍ଫ୍ୟୁ କୋହଳ ସମୟ ଅବଧି ବୃଦ୍ଧି କରାଯାଇଥିବାରୁ ସହରରେ ଦୋକାନ ବଜାର ଖୋଲୁଛି। ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସୁଛନ୍ତି। ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ମହଲରେ ପ୍ରୟାସ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/707f8b81-57b3-4f3a-b8f4-ad09bfee11b1-1-750x430-1.jpg)