ମାଲକାନଗିରି: ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଚାଲାଣଗୁଡା ଏବଂ ତଣ୍ଡକି ଅଞ୍ଚଳରେ ଲୋକେ ଜଙ୍ଗଲ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ଏହି ନିଆଁ ଡେଇଁବାରେ ଲାଗିଛି। ଅନ୍ୟଦିଗରେ ବନ ବିଭାଗର କର୍ମଚାରୀ ଅଭାବ ହେତୁ ନିଆଁକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି। ପାହାଡ ଉପରେ ଚଢି ନିଆଁକୁ ଆୟତ୍ତ କରିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବା ଜଣାପଡିଛି।

Advertisment

ପ୍ରକାଶ ଥାଉକି ଚାଲାଣଗୁଡା ଠାରେ ବନ ବିଭାଗର ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଲୋକଙ୍କୁ ନାଟ୍ୟ ମାଧ୍ୟମରେ ନିଆଁ ଲାଗିରେ କଣ ଅସୁବିଧା ହେବ ସନେଇ ବୁଝାଯାଇଥିଲା।କିନ୍ତୁ କାର୍ଯ୍ୟକ୍ରମର ଗୋଟିଏ ଦିନ ପରେ ଲୋକେ ଜଂଗଲରେ ନିଆଁ ଲଗାଇ ଦେଇଥିଲେ। ଜଙ୍ଗଲରେ ଥିବା ବହୁ ଔଷଧୀୟ ଗଛ ନିଆଁରେ ପୋଡିଯାଇଥିବା ଜଣାପଡିଛି।ସେହିପରି ମହୁଲ ଗୋଟାଇବା ପାଇଁ ମଧ୍ୟ ଲୋକେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି।

କେବଳ ମାଲକାନଗିରି ବନାଞ୍ଚଳ ହିଁ ନୁହେଁ ବରଂ କାଲିମେଳା,ପଡିଆ,ମାଥିଲି ଅଞ୍ଚଳରେ ମଧ୍ୟ ବହୁ ଜାଗାରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି।ଳୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଲୋକେ ସଚେତନ ହେଉନଥିବା କୁହାଯାଇଛି।ନିଆଁ ଯୋଗୁଁ ଜଙ୍ଗଲି ଜନ୍ତୁ ସହର ମୁହାଁ ହେଲେଣି। ଖାଦ୍ୟ ଅଭାବ ସାଙ୍ଗକୁ ନିଆଁର ପ୍ରଭାବ ଯୋଗୁଁ ଜଙ୍ଗଲି ଜନ୍ତୁ ଏବେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି।ଏପଟେ ବନ ବିଭାଗ ନିଆଁକୁ ଆୟତ୍ତ କରାଯାଉଥିବା କହିଛି।ଏଭଳି ଯଦି ଚାଲେ ତେବେ ସଂପୂର୍ଣ୍ଣ ଜଙ୍ଗଲ ନଷ୍ଟ ହେବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।