ସମ୍ବଲପୁର: ସମ୍ବଲପୁରରେ ଫ୍ଲାଇଓଭର୍‌ ତିଆରି ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଆଇନଶୃଙ୍ଖଳା ନାଁରେ ତାକୁ ମନଇଚ୍ଛା‌ ବନ୍ଦ କରି ଦେଉଛନ୍ତି। କର୍ଫ୍ୟୁ ସମୟରେ ଫ୍ଲାଇଓଭର୍‌କୁ ଅନେକ ଦିନ ଧରି ବନ୍ଦ କରି ରଖାଗଲା। ନିକଟରେ ଶୀତଳଷଷ୍ଠୀ ଶୋଭାଯାତ୍ରା ସମୟରେ ମଧ୍ୟ ଫ୍ଲାଇଓଭର୍‌କୁ ବନ୍ଦ କରିଦିଆଗଲା। ଆଉ ଏବେ ମହରମ୍‌ ସମୟରେ ପୁଣିଥରେ ଫ୍ଲାଇଓଭର୍‌କୁ ବନ୍ଦ କରିଦିଆଗଲା। ଶୀତଳଷଷ୍ଠୀ ସମୟରେ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଫ୍ଲାଇଓଭର୍‌କୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କହା ଯାଇଥିଲା।

Advertisment

ହେଲେ ଏବର୍ଷ ମହରମ୍‌ରେ ସମୂହ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ସହରରେ ୨୨ ପ୍ଲାଟୁନ୍‌ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ତା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଫ୍ଲାଇଓଭର୍‌କୁ ନିଜ ସମ୍ପତି ଭ​ଳି ବ୍ୟବହାର କରି ବନ୍ଦ କରିଦେଉଛନ୍ତି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଶୋଭାଯାତ୍ରା ବାରଣ ପରେ ମଧ୍ୟ କାହା ସ୍ବାର୍ଥରେ ଫ୍ଲାଇଓଭର୍‌କୁ ବନ୍ଦ କରି ଦିଆଗଲା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଫ୍ଲାଇଓଭର୍‌ ଟି କାହା ସ୍ବାର୍ଥରେ ତିଆରି କରାଯାଇଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।