ପୁଣି ଏକ ଲଜ୍ଜା: କୁମାରୀ ନାବାଳିକା ପୁତ୍ର ସନ୍ତାନକୁ ଜନ୍ମ ଦେଲା; ନବଜାତ ଶିଶୁର ମୃତ୍ୟୁ

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରିରୁ ପୁଣି ଏକ ଲଜ୍ଜା ସାମ୍ନାକୁ ଆସିଛି। ଜଣେ କୁମାରୀ ନାବାଳିକା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ସମଗ୍ର ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।

ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବଡ଼ଭାଇର ସାଙ୍ଗ ସହ ୨୦୧୮ ମାର୍ଚ୍ଚ ମାସରେ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିବା ଭିତରେ ସେ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଦଶମ ଶ୍ରେଣୀରେ ଫେଲ ହୋଇ ଘରେ ରହୁଥିଲେ।  ଘରେ ରହିବା ହେତୁ ଭାଇର ସାଙ୍ଗ ସେଠାକୁ ଆସି ନାବାଳିକାକୁ ନିଜ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲା ବୋଲି ପୁଲିସ କହିଛି । ଗତ ୧୯ ତାରିଖ ଦିନ ଉକ୍ତ ଯୁବକ ନାବାଳିକାକୁ ୫ଟି ଟାବଲେଟ ଆଣି ଖାଇବାକୁ ଦେଇଥିଲା। ଏକାସାଙ୍ଗରେ ନାବାଳିକା ଜଣକ ୫ଟି ବଟିକା ଖାଇ ଦେବାରୁ ତା’ପର ଦିନ ସକାଳେ ପ୍ରବଳ ପେଟ କାଟିଥିଲା। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଉକ୍ତ ନାବାଳିକା ଜଣକ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।  ଏଠାରେ ଦୁହିଁଙ୍କ ଅବସ୍ଥା ଶୋଚନୀୟ ହେବାରୁ ଦୁହିଁଙ୍କୁ ଫୁଲବାଣୀ ସ୍ଥାନାନ୍ତର କରି ଦିଆଯାଇଥିଲା। ଫୁଲବାଣୀରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା।

ନବଜାତ ଶିଶୁର ମୃତ୍ୟୁ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତରନ୍ତ ଜାରି ରଖିଛି।  ଅଭିଯୁକ୍ତ ଘୁ. ଉଦୟଗିରି ଏନ୍‌ଏସି ଅଂଚଳର ସୂର୍ଯ୍ୟକାନ୍ତ ବଳ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର