ହାଇକୋର୍ଟଙ୍କ ଶକ୍ତ ଚାପୁଡା: ଆନ୍ଧ୍ରାରେ ପୁନଃ ପଞ୍ଚାୟତ ନିର୍ବାଚନକୁ ନିର୍ଦ୍ଦେଶ 

କୋରାପୁଟ:କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ସରକାରଙ୍କୁ ଲାଗିଛି ଶକ୍ତ ଚାପୁଡା। କୋଟିଆ ସହ ଆନ୍ଧ୍ରରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ନେଇ ରହିଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନ ଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏହାସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ ୮ରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିଲାବେଳେ ୧ ତାରିଖରେ ବିଜ୍ଞାପ୍ତି ପ୍ରକାଶ କରିଥିଲା।

ଏପ୍ରିଲ୍ ୧ରେ ବିଜ୍ଞାପ୍ତି ପ୍ରକାଶ ପାଇବାଥିବାବେଳେ ଚାରି ସପ୍ତାହ ପୂର୍ବରୁ ନିର୍ବାଚନ କରାଯାଇପାରିବ ନାହିଁ ବୋଲି ନିୟମ ରହିଥିଲା। ବିଜ୍ଞପ୍ତି ପ୍ରକାଶ କରିବାର ମାତ୍ର କେଇ ଦିନ ମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶନାମା ଅବମାନନା ବୋଲି ଦର୍ଶାଇ ନିର୍ବାଚନକୁ ବାତିଲ କରି ଦେଇଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ ପୁନର୍ବାର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ତାରିଖର ଚାରି ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା ହୋଇଥିବା ନେଇ ଟିଡିପି ବରିଷ୍ଠ ନେତା ଭର୍ଲା ରାମାୟା ଏକ ମାମଲା ଦାୟର କରିଥିଲେ। ରାଜ୍ୟ ନିର୍ବାଚନ କମିଶନ ଚଳିତ ବର୍ଷ ଏପ୍ରିଲ ପହିଲାରେ ଜେପିଟିସି ଓ ଏମପିଟିସି ନିର୍ବାଚନ ପାଇଁ ବିଜ୍ଞପ୍ତି ଦେଇଥିଲେ। ସେହି ସମୟରେ ହାଇକୋର୍ଟର ଏକକ ବିଚାରପତି ଏହି ମାମଲାର ଶୁଣାଣି କରି ଏପ୍ରିଲ ୬ ରେ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୭ ରେ ଏହାକୁ ବିରୋଧ କରି ରାଜ୍ୟ ନିର୍ବାଚନ କମିଶନ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଶୁଣାଣି କରିଥିଲେ ଡିଭିଜନ୍ ବେଞ୍ଚ। କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ୍ ୮ ରେ ମତଦାନକୁ ଅନୁମତି ଦେଇଥିଲା। ଭୋଟ୍ ଗଣନାକୁ ବନ୍ଦ କରି ଦିଆଯାଇଥିଲା। ତେବେ ଏହି ମାମଲାର ତଦନ୍ତ ପାଇଁ ଏକ ଏକକ ବିଚାରପତିଙ୍କ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରାଯାଇଥିଲା।

 

କୋଟିଆ ପଞ୍ଚାୟତ ଅନ୍ତର୍ଗତ ନାରେଲିବଲାସାବୁଥରେ ନିର୍ବାଚନ କରାଇଥିଲା। କୋରାପୁଟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇତିଲେ ମଧ୍ୟ ଏହାକୁ ନ ମାନି ଫୋସ ପୁରାଇ ନିର୍ବାଚନ କରାଇଥିଲା ଆନ୍ଧ୍ରା। ୧୨୯୧ଟି ଭୋଟରୁ ୩୦୦ଟି ଭୋଟ ପଡିଥିଲା।

ସମ୍ବନ୍ଧିତ ଖବର