କୃଷି ଆଇନ ବିରୋଧରେ ସିଟୁ ପକ୍ଷରୁ ପ୍ରତିବାଦ

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷି ଆଇନ୍ ଓ କୃଷକ ମାରଣ ନୀତିକୁ ନେଇ ଆଜି ଜିଲ୍ଲା ସିଟୁ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ଭଦ୍ରକର ବନ୍ତଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଭଦ୍ରକ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲେ। କେନ୍ଦ୍ରରେ ପରିଚାଳିତ ମୋଦି ସରକାର କୃଷକ ବିରୋଧୀ ବୋଲି ସେମାନେ କହିଥିଲେ। କୃଷକର ସ୍ବାର୍ଥ ରକ୍ଷା କରିବା ଦିଗରେ ମୋଦି ସରକାର ଉଦ୍ୟମ କରୁ ନଥିବା ବେଳେ ମାଫିଆ ଶିଳ୍ପପତିମାନଙ୍କୁ ସୁହାଇଲା ଭଳି କୃଷି ଆଇନ୍ କରିଛନ୍ତି।

ଏଭଳି ଆଇନକୁ ସିଟୁ ପକ୍ଷରୁ ତୀବ୍ର ବି‌ରୋଧ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ସାରା ଭାରତ ବର୍ଷରେ ଅସନ୍ତୋଷର ନିଆଁ ଜଳୁଛି। ‌ଗରିବ ଖଟିଖିଆ ଲୋକ ଓ କୃଷକମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏଇ ଆଇନ ପ୍ରତ୍ୟାହାର କରିବାକୁ ସିଟୁ ନେତା ଦିବ୍ୟସିଂହ ନାୟକଙ୍କ ସମେତ ଅନ୍ୟ ନେତାମାନେ ଦାବି କରିଛନ୍ତି। କେନ୍ଦ୍ର ସରକାର ଏଇ ଆଇନ୍ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର