ଖୋର୍ଦ୍ଧା : ପ୍ରାୟ ଏକ ମାସ ଧରି ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଆଜି ଜିଲ୍ଲାର ଶତାଧିକ ଅଙ୍ଗନବାଡ଼ି କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Advertisment

ବୁଧବାର ପୂର୍ବାହ୍ଣରେ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ୍ର ନେତୃତ୍ୱରେ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖର ଶତାଧିକ ସଦସ୍ୟ ହାତରେ ପ୍ଲାକାର୍ଡ, ବ୍ୟାନର ସହ ସ୍ଲୋଗାନ ଆଦି ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ଏକ ବିକ୍ଷୋଭ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ପ୍ରଭାତୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ସଂଗଠନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ଉପସଭାନେତ୍ରୀ ବନିତାଂଜଳି ଦାସ, କୋଷାଧ୍ୟକ୍ଷା କୁଂଜଲତା ଦାସ, ଭାରତୀୟ ମଜଦୁର ସଂଘର ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଏନେଇ ସଭାପତି ଶ୍ରୀମତି ପଟ୍ଟନାୟକ କହିଛନ୍ତି ଯେ ଅଙ୍ଗନୱାଡ଼ି ର୍କମୀଙ୍କ ଆନେ୍ଦାଳନ ଦୀର୍ଘ ୩୮ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଦାବିପତ୍ର ସରକାର ସମ୍ବେଦନଶୀଳତା ଦେଖାଇନାହାନ୍ତି । ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ କର୍ମୀଙ୍କ ଦରମା ୧୮ହଜାର ଓ ସହାୟିକାଙ୍କ ଦରମା ୯ହଜାରକୁ ବୃଦ୍ଧି, ଇପିଏଫ୍, ଇଏସ୍ଆଇସି ଆଦି ପ୍ରଦାନ କରିବା, ମିନି ଅଙ୍ଗନବାଡ଼ି କର୍ମୀ ପଦବୀ ଉଚ୍ଛେଦ, ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ପ୍ରଦାନ, ଅଙ୍ଗନବାଡ଼ି କର୍ମୀଙ୍କୁ ଶିକ୍ଷାଗତ ଯୋଗ୍ୟ ଓ ବରିଷ୍ଠତା ଭିତ୍ତିରେ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ଓ ସୁପରଭାଇଜର ଆଦି ପଦୋନ୍ନତି ପ୍ରଦାନ ଆଦି ଦାବି ରହିଛି ।
ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦିକା ସରସ୍ୱତୀ ବଳିଆରସିଂହ, କୋଷାଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ପ୍ରଧାନ, କାର୍ଯ୍ୟକାରୀ ସଭାନେତ୍ରୀ ପ୍ରଭାତୀ ମଙ୍ଗରାଜ, ଡଲି ରାଉତରାୟ, ସୂର୍ଯ୍ୟମଣୀ ମିଶ୍ର, ନମିତା ପ୍ରଧାନ, ରୀନି ଦେଈ ପ୍ରମୁଖ ପରଚାଳନା କରିଥିଲେ ।