ଦର୍ଲିପାଲି ଗ୍ରାମବାସୀଙ୍କ ଆମରଣ ଅନଶନ : ମରିବୁ ହେଲେ ଏଥର ନ୍ୟାୟ ବିନା ଉଠିବୁ ନାହିଁ

ଇବଥର୍ମାଲ: କଟଅଫ ଡେଟ୍ ପରିବର୍ତ୍ତନ କର ନହେଲେ ମରିବୁ ପଛେ ଅଅନଶନରୁ ଓହରିବୁନାହିଁ ।ସେମିତି ଦୁର୍ଦିନ ଅଭିଶପ୍ତ ଜୀବନ ନେଇ ବଞ୍ଚିବା ମରିବା ଅପେକ୍ଷା ହକ୍ ପାଇଁ ଲଢେଇକରି ମରିବା ଭଲ ।ଆଜି ଏମସିଏଲ ଲଖନପୁର କୋଇଲାକ୍ଷେତ୍ର ବିଓସିଏମ୍ ଖୋଲାମୁହଁ କୋଇଲାଖଣି ଯୋଗୁ ଆଜକୁ ୩୦ ବର୍ଷରୁ ଅଧିକ ସମୟ ଧରି ବିସ୍ଥାପନ ସମସ୍ୟାରେ ଜର୍ଜରିତ ଦର୍ଲିପାଲିର ଆମରଣ ଅନଶନ କାରି ତଥା ଗ୍ରାମବାସୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ ଦାବିହେଲା ଯେ ୧୯୮୪ ମସିହାରୁ ତାଙ୍କ ଗାଁକୁ ବିସ୍ଥାପନ ପ୍ରକ୍ରିୟାରେ ସାମିଲ କରାଯାଇ ୧୯୯୫ କଟଅଫ୍ ଡେଟ୍ ଅନୁସାରେ ସେ ସମୟର ବିସ୍ଥାପନ ଓ ଥଇଥାନ ନିତି ଅନୁସାରେ ସମସ୍ତ ଚାଷଜମି , ଜଙ୍ଗଲ ଜଳାଶୟଠୁ ଗୋଚରଜମି ଓ ଦେବସ୍ଥଳି ସବୁ ଅଧିଗ୍ରହଣ କରାଗଲା । ଖଣି ଖନନ କରି କୋଇଲା ଉତ୍ପାଦନ କରାଗଲା ।ହେଲେ ଗାଁଓ ଗାଁ ସମେତ ୧୬.୧୩ ଏକର ଜମିକୁ ଛାଡିଦିଆଗଲା । କିଛିଲୋକ ସେସମୟରେ ଘରଛାଡି ଅନ୍ଯତ୍ର ଘର ବନେଇ କୋଇଲାଖଣିଠୁ କ୍ଷତିପୁରଣ ଓ ଚାକିରୀ ନେଇ ଚାଲିଗଲେ ।ହେଲେ ଯେଉଁମାନେ ତାଙ୍କ ହକ୍ଓ ନ୍ଯାୟ ଦାବିକଲେ ସେମାନେ ମାଁ ମାଟିକି ଜାବୁଡି ପଡି ରହିଲେ ।ସେତେବେଳେ ଜମି ,ଘର ସବୁ ଅଧିଗ୍ରହଣକରି ପୁନର୍ବସତି ସ୍ଥାନ ଦେଇ ବିସ୍ଥାପିତ କରିବା ସହ ସବୁ ଲୋକଙ୍କ କ୍ଷତିପୁରଣ ଦେଇ ଥଇଥାନ କରା ଯାଇଥିଲେ ହୁଏତ ଆଜି ଏପସ୍ଥିତି ହୋଇନଥାନ୍ତା । ଚାରିପାଖରେ ଖଣିଖନନ ହେତୁ ବିଷାକ୍ତ କୋଇଲାଗୁଣ୍ଡର ପ୍ରଦୂଷଣ , ଲିଲାରୀ ନାଳାର ବିଷାକ୍ତ ପ୍ରଦୁଷିତ ଜଳ ଆଉ ଭୟଙ୍କର ବ୍ଲାଷ୍ଟିଙ୍ଗ ରେ ଭୟଭୀତ ଅବସ୍ଥାରେ (କାଳେ ଚାଳଘର ଭୁଷୁଡି ପଡିବ) ରାତିରାତି ଅନିଦ୍ରା ହୋଇ ଆଜିପର୍ଯ୍ୟନ୍ତ ସେମାନେ ନ୍ୟାୟ ଆଉ ହକ୍ ଲଢେଇ ଲଢିଲେ । ମିଳିଲା କହିଲେ କେବଳ ପ୍ରତିଶ୍ରୁତି । ହେଲେ ବାସ୍ତବରେ ଯେତେବେଳେ ଖଣିଖନନ ସ୍ଥାନ ପ୍ରାୟ ସରିଆସିଲା ତାପରେ ଖଣିକତ୍ତୃପକ୍ଷଙ୍କୁ ଚେତାପସିଲା ଓ ୨୦୧୮ ରେ ସେହି ୧୬ .ଏକର ୧୩ ଡିସିମିଲ ଜମି ଅଧିଗ୍ରହଣକରି , ଖଡାମ ୨ ଠାରେ ସେମାନଙ୍କ ପୁନର୍ବସତି ସ୍ଥାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲେ ।ଏବେ ୧୯୯୫ କଟପ୍ ଡେଟ୍ ଅନୁସାରେ ଗ୍ରାମବାସୀଙ୍କୁ ଆର ଏଣ୍ଡ ଆର୍ ପଲିସିରେ  କ୍ଷତିପୁରଣ ଓ ୧୯୮୮ ଭୋଟର ତାଲିକା ଅନୁସାରେ ସୁଖବାସୀ (ଭୂମିହୀନ) ଲୋକଙ୍କ ଚୟନ ଅନୁସାରେ ଖଣିକତ୍ତୃପକ୍ଷ କାମ କରୁଥିବାରୁ ଲୋକେ ତାକୁ ଦୃଢ ବିରୋଧ କରିଛନ୍ତି । ଯଦି ୧୯୯୫ କଟଅଫ ଡେଟ୍ ଲାଗୁକରାଯାଉଛି ତାହେଲେ ୨୫ ବର୍ଷ ହେଲା ଆମକୁ ମରଣ ମୁଖକୁ ଠେଳିଦେଲାପରି ପରିସ୍ଥିତିରେ କାହିଁକି ରଖାଗଲା ।ତାଙ୍କ ପାଇଁ ସରକାରଙ୍କ ନିୟମ ଯଦି ବଡ ତାହେଲେ ଆମେ ନାଗରୀକ ମାନବ ଅଧିକାରନେଇ ବଞ୍ଚିବାର ଆଇନ ଅଛି ନା ନାହିଁ ବୋଲି କୁହା ଯାଇଛି ।ଏମସିଏଲ କତ୍ତୃପକ୍ଷ ସବୁବେଳେ ଆଇନର ଆଳ ଓ ପ୍ରଶାସନର ନାଲିଆଖି ଦେଖାଇ ଆମକୁ ପ୍ରତାରିତ କରିଛନ୍ତି ।ଏହାର ଅନେକ ଉଦାହରଣ ଅଛି ।ହେଲେ ଗୋଟିଏ ଉଦାହରଣ ହେଲା ଗତ ୯  ଏପ୍ରିଲ ରେ ଆରଡିସିଙ୍କ ଅଧ୍ଯକ୍ଷତାରେ ଝାରସୁଗୁଡା ଜିଲ୍ଲାପାଳ ଅଫିସ ରେ ଅନୁଷ୍ଠିତ ଆରପିଡିଏସି ବୈଠକରେ ଦର୍ଲିପାଲି ସମସ୍ୟା ଓ କଟଅଫ୍ ଡେଟ୍ ଉପରେ ବିସ୍ତୃତ ଭାବେ ଆଲୋଚନାହେଲା ।ସମସ୍ତ ସମସ୍ଯା ଆଲୋଚନା ହେବାପରେ ଜିଲ୍ଲାପାଳ ସମସ୍ଯାର ଗମ୍ଭୀରତାକୁ ହୃଦବୋଧ କରିବାସହ ବିଧାୟକ ସାଂସଦ ସମସ୍ତେ ବୁଝିବାପରେ ଏକ ନୂଆଁ କଟଅଫ୍ ଡେଟ୍ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଲେ  ଏବଂ ଏହା ଏମସିଏଲ୍ ବୋର୍ଡ ଅଫ୍ ଡାଇରେକ୍ଟର ପାଖକୁ ପଠାଯିବାକୁ ପ୍ରସ୍ତାବ ଆଗତ କରାଗଲା ।ଅନ୍ଯାନ୍ଯ ସମସ୍ଯା ଉପଜିଲ୍ଲାପାଳ ଝାରସୁଗୁଡା ତାର ସମାଧାନ କରିବେ ବୋଲି ସ୍ଥିର ହେଲା ।ହେଲେ ଏମସିଏଲ ବୋର୍ଡ ଅଫ୍ ଡାଇରେକ୍ଟର ବିଭିନ୍ନ ଆଳ ଦେଖାଇ ନିଜ ଭୁଲଗୁଡିକୁ ଲୁଚାଇବା ପାଇଁ କଟପ୍ ଡେଟ୍ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଏକ ପ୍ରସ୍ତାବ ମାଧ୍ଯମରେ ଖାରିଜ କରିଦେଲେ । ହେଲେ ହେଲେ ୧୩ ଫେବୃୟାରୀ ୨୦୨୦ ରେ ଅନଗୁଳ ଠାରେ  ହୋଇଥିବା ଆରପିଡିଏସି ମିଟିଙ୍ଗ ଆଧାରରେ  ରାଜ୍ଯସରକାର ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗ ଏଡିସିନାଲ ସେକ୍ରେଟାରୀ ଦେଇଥିବା ଚିଠି ଅନୁସାରେ ସେଅଞ୍ଚଳର ଏକଡାଲ ଓ ହିଲୋଇ ଗ୍ରାମର ସେହିପରି କଟପ ଡେଟ୍ ସମସ୍ୟା ଉପରେ ଏକ ସ୍ପେସାଲ କେସ୍ ମାଧ୍ୟମରେ ସେଠାକାର ଡି କେଟେଗୋରି ଲୋକଙ୍କ ପାଇଁ ଚାକିରୀ ଦେବାରେ କେମିତି ଏମସିଏଲ ରାଜି ହେଲା ବୋଲି ଅନଶନ କାରି ପାଳଟା ପ୍ରଶ୍ନ କରିଛନ୍ତି । ଏଣୁ ଏମସିଏଲ କର୍ତ୍ତୃପକ୍ଷ ଅନଗୁଳରେ ଗୋଟିଏକଥା ଓ ଆମ ଏରିଆରେ ଆଉଗୋଟିଏ କଥାକହି ଭୁଆଁ ବୁଲାଉଥିବାରୁ ଏଥର ଲଢେଇ କର ବା ମର ହେବବୋଲି ଦୃଢୋକ୍ତି ପ୍ରକାଶ ପାଇଛି ।

ଆଜି ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ କୋଇଲାଖଣି ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ବନ୍ଧବାହାଲ ବିଓସିଏମ୍ ଛକ ଠାରୁ ଏକ ରାଲି ମାଧ୍ୟମରେ ଲଖନପୁର କୋଇଲାକ୍ଷେତ୍ର ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବୁଡି ଅଞ୍ଚଳ ସଂଗ୍ରାମ ସମିତି ସଭାପତି ବାସୁଦେବ ଭୋଇ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଫୁଲମାଳ ଦେଇ  ତଥା ଅନଶନରେ ଗ୍ରାମବାସୀଙ୍କ ତରଫରୁ ବସିଥିବା କୈକେଇ ଓରାମ , ମମତା ସିଂହ , ଅମୋଦ ଓରାମ ଓଲବ ବୁଡାଙ୍କୁ ମଧ୍ୟ ଫୁଲମାଳ ପିନ୍ଧାଇ ଅନଶନର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିସ୍ଥାପିତ ସଂଗ୍ରାମ ସମିତି ସଭାପତି ବିରଞ୍ଚି ସାହୁ , ଉପଦେଷ୍ଟା ଗୋପୀନାଥ ମାଝି , ବ୍ରଜରାଜନଗର ବିଧାୟକ ନମିନି ସଂଜିତ ପଧାନ , ସୁବ୍ରତ ପ୍ରଧାନ , ଘଘନଶ୍ୟାମ ବାରିକ , ଆଲୋକ ତ୍ରିପାଠୀ ପ୍ରମୁଖ ଅନଶନକୁ ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବନହରପାଲି ଆଇଆଇସି ରଶ୍ମିତା ବେହେରା ଙ୍କ ନେତୃତ୍ବରେ ପୁଲିସ ମୁତୟନ କରା ଯାଇଥିଲା ।
ଫଟୋ ପଠା ଯାଇଛି ।

ସମ୍ବନ୍ଧିତ ଖବର