Advertisment

ମାଲକାନଗିରି : ମଣ୍ଡିରେ ହେଉଥିବା ଦଲାଲଗିରିକୁ ରୋକିବା ଏବଂ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ରୋକିବା ନେଇ ଆଜି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ଶତାଧିକ ସଦସ୍ୟ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଏଠାରେ କୁହାଯାଇଥିବା ଯେ ମାଲକାନଗିରିରେ ପ୍ରତିବର୍ଷ ଚାଷୀମାନଙ୍କ ସମସ୍ୟା ଲାଗି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଚାଷୀମାନଙ୍କ ଦିଆଯାଉଥିବା ବିଭିନ୍ନ ଜନହିତକର ଯୋଜନା ଚାଷୀମାନଙ୍କ ନିକଟରେ ପହଞ୍ଚିପାରୁନାହିଁ।ଛୋଟ ଚାଷୀମାନେ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଲ୍ୟାମ୍ପଗୁଡିକରେ ଛୋଟ ଚାଷୀମାନଙ୍କର ପଂଜିକରଣ ଉପରେ ଗୁରୁତ୍ବ ଦିଆଯାଉନାହିଁ।ଯାହାଫଳରେ ଛୋଟ ଚାଷୀମାନେ ସରକାରଙ୍କର ଧାର୍ଯ୍ୟ ମୂଲ୍ୟ ଠାରୁ ଅତି କମ୍ ଦରରେ ଦଲାଲମାନଙ୍କ ନିକଟରେ ବିକ୍ରି କରିଦେଉଛନ୍ତି।ସେହିମାନଙ୍କ ନାମରେ ଜାଲିଆତି କରାଯାଇ ଦଲାଲ ଧାନ ବିକ୍ରି କରିବା ଘଟଣାରେ ଜିଲ୍ଲାର ତିନି ଜଣ ଲ୍ୟାମ୍ପ ପରିଚାଳକଙ୍କ ନାମରେ ଥାନାରେ ଅଭିଯୋଗ ପରେ ସେମାନେ ବର୍ତ୍ତମାନ ମାଲକାନଗିରି ଜେଲରେ ବିଚରଧୀନ କୈଦୀ ରୂପେ ରହିଛନ୍ତି।ଅନେକ ଚାଷୀ ଧାନ ବିକ୍ରି କରିଥିଲେ ମଧ୍ୟ ସେମାନଙ୍କର ଟଂକା ଆଜି ପର୍ଯ୍ୟନ୍ତ ପାଇନଥିବା ଅଭିଯୋଗ କରାଯାଇଥିବା କୁହାଯାଇଥିଲା।ଚଳିତ ବର୍ଷ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଛି।ଏହାର କାର୍ଯ୍ୟକାରୀ ଉପରେ ସଂଗଠନ ସଂଦେହ କରୁଥିବା କୁହାଯାଇଛି।ଦଲାଲମାନଙ୍କ ଉପରେ କିପରୁ ଅଙ୍କୁଶ ଲଗାଯିବ ସେନେଇ ଦୃଷ୍ଟି ଦେବାକୁ ଦାବି କରାଯାଇଛି।

          ସ୍ବାଭିମାନ ଅଂଚଳର ଧୂଳିପୁଟ,ବଡପଦର ପଞ୍ଚାୟତର ଅନେକ ଗ୍ରାମରେ ଚାଷୀମାନେ ଗତବର୍ଷ ମଣ୍ଡିରେ ମାଣ୍ଡିଆ ବିକ୍ରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୨୨ରୁ ଉର୍ଦ୍ଧ୍ବ ଚାଷୀ ସେମାନଙ୍କର ଟଂକା ପାଇପାରିନାହାନ୍ତି।ଏରକିତି ଡିସ୍ସାକ ଶ୍ରମିକମାନେ ଜିଲ୍ଲାରେ କାମଧନ୍ଦା ନପାଇ ପ୍ରତିବର୍ଷ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେବା ସହ ମୃତ୍ୟୁବରଣ କରିବା ଏବଂ ଭିନ୍ନକ୍ଷମ ପାଲଟିବା ନଜିର ରହିଛି।ସେହିପରି ଆଭ୍ୟନ୍ତରୀଣ ଆଦିବାସୀ ଅଂଚଳଗୁଡିକରେ କେନ୍ଦୁପତ୍ର ଶ୍ରମିକମାନଙ୍କ ଠାରୁ ବେସରକାରୀ ସଂସ୍ଥା ଓ ଦଲାଲମାନେ କମ୍ ଦରରେ ପତ୍ର ଖରିଦ କରି ନିର୍ଦ୍ଧିଷ୍ଟ ସମୟରେ ତାଂକୁ ଟଂକା ନଦେବା ନେଇ ଅନେକ ଲୋକ ଅଭିଯୋଗ କରୁଛନ୍ତି।ଶ୍ରମିକମାନେ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ପ୍ରତ୍ସାହୋନ ଯଥା ଶିକ୍ଷା ,ଅକର୍ମଣ୍ୟ ଭତ୍ତା,ଜୀବନ ବୀମା,ଜୋତା,ଛତା ଇତ୍ୟାଦି ପାଇପାରୁନାହାନ୍ତି।ଏସବୁ ବିଷୟ ଉପରେ ଗୁରୁତ୍ବ ଦେବାକୁ ସଂଗଠନ ଦାବି କରିଛି।